ଓ୍ଵାସିମ ଜାଫର ହେଲେ ଓଡିଶା ସିନିୟର କ୍ରିକେଟ୍ ଦଳର କୋଚ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଡିଶା ସିନିୟର କ୍ରିକେଟ୍ ଦଳର କୋଚ୍ ହେଲେ ଓ୍ଵାସିମ ଜାଫର। ଜାଫର ହେଉଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଓପନର। ବୁଧବାର ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ଓସିଏ ସଂପାଦକ ସଞ୍ଜୟ ବେହେରା। ଓସିଏର କୋଚ୍ ଭାବେ ଜାଫରଙ୍କ କାର୍ଯ୍ୟକାଳ ୨ ବର୍ଷ ରହିବ। ବାଂଲାଦେଶ ଜାତୀୟ ଦଳର କୋଚ୍ ଦାୟିତ୍ଵ ତୁଲାଇଛନ୍ତି ଜାଫର। ସେ ଆଇପିଏଲରେ କିଙ୍ଗ୍ସ ଏକାଦଶ ପଞ୍ଜାବର କୋଚ୍ ମଧ୍ୟ ଥିଲେ।
ଓ୍ଵାସିମ ଜାଫର ଭାରତ ପକ୍ଷରୁ ୩୧ଟି ଟେଷ୍ଟ ଓ ୨ଟି ଦିନିକିଆ ଖେଳିଛନ୍ତି। ଟେଷ୍ଟରେ ସେ ୫୮ଟି ଇନିଂସରୁ ୩୪.୧୧ ହାରରେ ୧୯୪୪ ରନ କରିଛନ୍ତି। ଏଥିରେ ୫ ଶତକ ଓ ୧୧ ଅର୍ଦ୍ଧଶତକ ସାମିଲ। ଏଥିରେ ୨ଟି ଦ୍ଵିଶତକ ମଧ୍ୟ ସାମିଲ। ଘରୋଇ କ୍ରିକେଟ୍ରେ ସେ ସଫଳ ବ୍ୟାଟସମ୍ୟାନ ଥିଲେ। କ୍ରିକେଟରୁ ଅବସର ନେବା ପରେ ସେ କୋଚିଂ ଦାୟିତ୍ଵରେ ପାଦ ଦେଇଥିଲେ। ବାଂଲାଦେଶ ଜାତୀୟ କ୍ରିକେଟ୍ ଦଳର ପ୍ରଶିକ୍ଷକ ଦାୟିତ୍ଵ ତୁଲାଇଥିଲେ ଓ୍ଵାସିମ। ଏଥିସହ ଆଇପିଏଲରେ କିଙ୍ଗ୍ସ ଇଲେଭେନ ପଞ୍ଜାବର କୋଚ୍ ଥିଲେ। ତାଙ୍କର ଅଭିଜ୍ଞତାକୁ ଦୃଷ୍ଟିରେ ରଖି ଓସିଏ ଜାଫର ଓଡିଶା ସିନିୟର କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଦାୟିତ୍ଵ ତୁଲାଇବେ। ଓସିଏ ତାଙ୍କୁ ଆଗାମୀ ଦୁଇ ବର୍ଷ ପାଇଁ କୋଚ୍ ପଦରେ ନିଯୁକ୍ତ ଦେଇଛି।