ବଦଳିବ ଗଞ୍ଜାମ ରାଜନୀତି ସମିକରଣ, ଫେରିବେ ସୂର୍ଯ୍ୟ !

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଦଳିବ ଗଞ୍ଜାମ ରାଜନୀତି ସମିକରଣ । ଫେରିବେ ସୂର୍ଯ୍ୟ ପାତ୍ର । ବାଚସ୍ପତି ରୁ ହେବେ କ୍ୟାବିନେଟ ମନ୍ତ୍ରୀ । ଗଂଜାମ ଓ ଗଜପତି ରେ ବିଜେଡି ସଙ୍ଗଠନକୁ ମଜଭୁତ କରବା ଦାୟିତ୍ୱ ସୂର୍ଯ୍ୟଙ୍କୁ ମିଳିବା ନେଇ ଚର୍ଚ୍ଚା ହେଉଛି । ଗଞ୍ଜାମରେ ମନ୍ତ୍ରୀ ବିକ୍ରମ ଆରୁଖଙ୍କ ଲୋକପ୍ରିୟତା ଏବଂ ଦବଦବା ପୂର୍ବ ଅପେକ୍ଷା କମିଛି । ତେଣୁ ପ୍ରଦୀପ ପାଣିଗ୍ରାହୀଙ୍କ ପରେ ଅଭିଜ୍ଞ ସୂର୍ଯ୍ୟଙ୍କୁ ଏହି ଦାୟିତ୍ୱ ପ୍ରଦାନ କରାଯିବ । ସେ ଗଞ୍ଜାମ ଓ ଗଜପତିରେ ପୁରୁଣା କର୍ମୀଙ୍କୁ ଏକାଠି କରିବା ସହ ନୂଆ କର୍ମୀ କଥା ବୁଝିବେ ।
ସୂଚନା ଅନୁଯାୟୀ, ଗଞ୍ଜାମରେ ବିଜେଡ଼ି ସାଙ୍ଗଠନିକ କାର୍ଯ୍ୟ ପ୍ରଦୀପ ପାଣିଗ୍ରାହୀ ତୁଲାଇ ଆସୁଥିଲେ । ମାତ୍ର ପ୍ରଦୀପଙ୍କ ହାତରୁ ସବୁ ଗଲାପରେ ଗୋପବନ୍ଧୁ ବାବୁ, ମନ୍ତ୍ରୀ ବିକ୍ରମ ଆରୁଖ ଏହାର ତଦାରଖ କରୁଥିଲେ । କିନ୍ତୁ ବର୍ତ୍ତମାନ ବିକ୍ରମ ଆରୁଖଙ୍କ ଲୋକପ୍ରିୟତା ଏବଂ ଦବଦବା ପୂର୍ବ ଅପେକ୍ଷା କମିଥିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ହେବାପରେ ଏହି ଦାୟିତ୍ୱ ବାଚସ୍ପତି ସୂର୍ଯ୍ୟ ପାତ୍ରଙ୍କୁ ପ୍ରଦାନ କରାଯିବ, ସେ ବିଜେଡ଼ି ଅନ୍ୟ ନେତାମାନଙ୍କୁ ସଂଗଠନ ସୁଦୃଢ କରିବା କାର୍ଯ୍ୟରେ ସହଯୋଗ କରିବେ ବୋଲି ବିଶେଷସୂତ୍ରରୁ ସୂଚନା ମିଳିଛି।