ଘରେ କେଉଁ ଗଛ ଲଗାଇବା ଶୁଭ ଓ କେଉଁ ଗଛ ଅଶୁଭ ହୋଇଥାଏ, ଜାଣନ୍ତୁ

ସବୁ ବ୍ୟକ୍ତି ନିଜଘରେ ଗଛ ଲଗାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ସେମାନେ ଜାଣି ପାରନ୍ତି ନା ହିଁ କି କେଉଁ ଗଛ ଘରେ ଲଗାଇଲେ ଶୁଭ ହୋଇଥାଏ ଓ ଅଶୁଭ ହୋଇଥାଏ । ତେବେ ଆସନ୍ତୁ ଜାଣିବା କେଉଁ ଗଛ ଆମ ପାଇଁ ଶୁଭ ଓ କେଉଁ ଗଛ ଆମ ପାଇଁ ଅଶୁଭ ହୋଇଥାଏ । ମନି ପ୍ଲାଣ୍ଟ- ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ମନି ପ୍ଳାଣ୍ଟ ଗଛ ଲାଗାଇବା ଦ୍ୱାରା ଘରେ ସୁଖ ଶାନ୍ତି ଭରି ଉଠେ । ଏହା ଘରେ କୌଣସି ବି ସ୍ଥାନରେ ସହଜରେ ଲଗାଇ ହେବ । ଏହି ଗଛକୁ ଘରର ଆଗ୍ନେୟ କୋଣ ଅର୍ଥାତ ଦକ୍ଷିଣ – ପୂର୍ବ ଦିଗରେ ଲଗାଇବା ଉଚିତ । ଏହି ଗଛକୁ ଘରର ଇସାନ କୋଣ ଅର୍ଥାତ ଉତ୍ତର ପୂର୍ବ ଦିଗରେ ଲଗାଇବା କ୍ଷତିକାରକ ହୋଇଥାଏ ।
ନିମ୍ବ ଗଛ: ଏହି ଗଛ ଘରର ବାୟବ୍ୟ କୋଣରେ ଥିଲେ ବହୁତ ଶୁଭ ହୋଇଥାଏ । ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତି ୭ ଟି ନିମ୍ବ ଗଛ ଲଗାଇଥାଏ ସେ ମୃତ୍ୟୁ ପରେ ଶିବ ଲୋକ ପ୍ରାପ୍ତ ହୋଇଥାଏ ଓ ୩ ଟି ଗଛ ଲଗାଇଲେ ୧୦୦ ବର୍ଷ ପର୍ଯ୍ୟନ୍ତ ସୂର୍ଯ୍ୟ ଲୋକର ସୁଖ ବି ମିଳିଥାଏ ।
ମନ୍ଦାର ଗଛ: ଏହି ଗଛକୁ ଘରର ଖରା ଥିବା ଜାଗାରେ ଲାଗାଇବା ଉଚିତ । ମନ୍ଦାର ଫୁଲକୁ ପାଣି ସହ ସୂର୍ଯ୍ୟଙ୍କୁ ଅର୍ପଣ କରିବା ଦ୍ୱାରା ହାଡ଼ ଓ ଆଖି ସମସ୍ୟାରୁ ମୁକ୍ତି ମିଳିଥାଏ ଓ ମାନ ସମ୍ମାନ ବୃଦ୍ଧି ହୋଇଥାଏ । ଆଇନ କାନୁନ ସମସ୍ୟାରୁ ମୁକ୍ତି ପାଇଁ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରନ୍ତୁ ।
ନଡ଼ିଆ ଗଛ: ନଡ଼ିଆ ଗଛ ଘରେ ଥିଲେ ମାନ ସମ୍ମାନରେ ବୃଦ୍ଧି ହୋଇଥାଏ ।
ଅରଖ ଗଛ: ଏହି ଗଛକୁ ହଳଦୀ, ଅକ୍ଷତ ଓ ଜଳ ଦ୍ୱାରା ସେବା କରିଲେ ଧନ ଓ ଶୁଖ ଶାନ୍ତି ମିଳିଥାଏ । ଘର ପାଖରେ ଏହି ଗଛ ଥିଲେ ଘରେ ଶୁଖ ଶାନ୍ତିରେ ପୁରୀ ଉଠେ ।
କଦଳୀ ଗଛ: ଏହି ଗଛ ଧାର୍ମିକ ଦୃଷ୍ଟି କୋଣରୁ ବହୁତ ମହତ୍ଵ ରଖିଥାଏ । ଏହି ଗଛକୁ ଘରର ଐଶନ୍ୟ କୋଣରେ ଲଗାଇବା ଉଚିତ । ଏହି ଗଛ ପାଖରେ ତୁଳସୀ ଗଛ ଥିଲେ ବହୁତ ଶୁଭ ହୋଇଥାଏ । ଏହି ଗଛ ତଳେ ବସି ପଡ଼ିଲେ ପାଠ ବହୁତ ଶୀଘ୍ର ମନେ ରୁହେ ।
ବାଉଁଶ: ଏହି ଗଛକୁ ଘରେ ଲାଗାଇବା ଦ୍ୱାରା ଘରେ ଶୁଖ ଓ ସମୃଦ୍ଧିରେ ବୃଦ୍ଧି ହୋଇଥାଏ । ଏହାକୁ ଅଫିସରେ ଲଗାଇଲେ ଅଫିସ କାର୍ଯ୍ୟରେ ଉନ୍ନତି ଆସିଥାଏ । ଏହି ଗଛ ସବୁ ବାତାବରଣରେ ବଢିଥାଏ । ସେଥିପାଇଁ ଏହି ଗଛ ଉନ୍ନତି ଓ ଦୀର୍ଘାୟୁର ପ୍ରତୀକ ଅଟେ । ଯେଉଁ ଜାଗାରେ ଏହି ଗଛ ଥାଏ ସେଠାରେ ଖରାପ ଆତ୍ମାର ପ୍ରଭାବ ପଡେ ନାହିଁ । ଯେଉଁ ଘରେ ଏହି ଗଛ ଥାଏ ସେହି ଘରର ବ୍ୟକ୍ତିଙ୍କୁ ଅଳ୍ପ ପରିଶ୍ରମରେ ସଫଳତା ମିଳିଥାଏ ଓ ସବୁ ବେଳେ ସେମାନେ ସୁସ୍ଥ ଥାନ୍ତି । ଏହି ଗଛକୁ ଘରର ପୂର୍ବ ଦିଗରେ ଲଗାଇବା ଉଚିତ ।