ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ଯାତ୍ରୀ, ଆଉ ତା’ପରେ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମୁମ୍ବାଇର ବୋରିଭାଲି ଷ୍ଟେସନରେ ଜଣେ ଯାତ୍ରୀ ଟ୍ରେନ ରୁ ଖସିପଡ଼ିବା ଭିଡ଼ିଓ ଭାଇରଲ ହେବାରେ ଲାଗିଛି। ଦେବଦୂତ ସାଜି ତାଙ୍କ ଜୀବନ ରକ୍ଷା କରୁଛନ୍ତି ଜଣେ ଆରପିଏଫ ଯବାନ। ୧୫ ସେକେଣ୍ଡର ଏହି ଭିଡିଓରେ ଯବାନଙ୍କ ସାହସିକତା ଦେଖିବାକୁ ମିଳିଛି । ଷ୍ଟେସନରେ ଯେତେବେଳେ ଜଣେ ବ୍ୟକ୍ତି ଚଳନ୍ତା ଟ୍ରେନରୁ ଖସିପଡୁଛନ୍ତି, ଆରପିଏଫ୍ ଯବାନ ଜଣଙ୍କ ଦୌଡି ଆସି ତାଙ୍କୁ ପ୍ଲାଟଫର୍ମ ଆଡକୁ ଟାଣିଆଣୁଛନ୍ତି । ଭିଡିଓ ସାମ୍ନାକୁ ଆସିବାପରେ ଆରପିଏଫ ଯବାନଙ୍କୁ ପ୍ରଶଂସା କରାଯାଉଛି। ଭିଡିଓରେ ଆରପିଏଫ୍ ଯବାନଙ୍କ ସହ ଅନ୍ୟଜଣେ ବ୍ୟକ୍ତି ସାହାଯ୍ୟ କରିବାକୁ ଆସିଥିବା ଦେଖିବାକୁ ମିଳିଛି। ଚଳନ୍ତା ଟ୍ରେନରେ ଠିଆ ହେବା କିମ୍ବା ଚଳନ୍ତା ଟ୍ରେନରେ ଓହ୍ଲାଇବାକୁ ଚେଷ୍ଟା କରିବା ସାଂଘାତିକ ହୋଇପାରେ।

Leave a comment