ବାଘ ଛାଲ ଜବତ, ଜଣେ ଅଟକ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗିର ଡିଏଫ୍ଓ ସମୀର ସତପଥିଙ୍କ ନେତୃତ୍ୱରେ ସଇଁନ୍ତଳା ବ୍ଳକ କଅଁସର ଗ୍ରାମର ବିଶ୍ୱାମିତ୍ର ରଣାଙ୍କ ଘରୁ ବନ ବିଭାଗ ଚଢ଼ଉ କରି ଏକ କଲରାପତରିଆ ବାଘଛାଲ ଜବତ କରିଛି । ବାଘଛାଲର ଲମ୍ବା ୨.୬ ଫୁଟ ଥିବା ବେଳେ ଓଜନ ପ୍ରାୟ ୩କେଜି ବୋଲି ଜଣାପଡ଼ିଛି । ଏହାର ବଜାର ମୂଲ୍ୟ ପ୍ରାୟ ୧ ଲକ୍ଷ ଟଙ୍କାରୁ ଅଧିକ ହେବ । ବାଘକୁ ଦୁଇ ସପ୍ତାହ ଦିନ ଭିତରେ ତାକୁ ମରାଯାଇଥାଇପାରେ ବୋଲି ବନ ବିଭାଗ ପକ୍ଷରୁ ସନ୍ଦେହ କରୁଛି । ଚଢ଼ଉ ସମୟରେ ଘରେ ଥିବା ନୀଳକଣ୍ଠ ସାହୁଙ୍କ ପୁଅ ବିନୋଦ ସାହୁଙ୍କୁ ବନ ବିଭାଗ ଅଟକ ରଖିଛି । ଅନ୍ୟପଟେ ମାଷ୍ଟର ମାଇଣ୍ଡ ତଥା ମୁଖ୍ୟ ଅଭିଯୁକ୍ତ ବିଶ୍ୱାମିତ୍ର ରଣା ଫେରାର ହୋଇଯାଇଛି । ସୂଚନା ଅନୁଯାୟୀ, କଅଁସର ଗ୍ରାମର ବିଶ୍ୱାମିତ୍ର ରଣା ବାଘଛାଲ ଚୋରାଚାଲାଣ କରୁଥିବା ସମ୍ପର୍କରେ ଡିଏଫଓ ଶ୍ରୀ ଶତପଥି ଖବର ପାଇ ଚଢ଼ଉ ପାଇଁ ଯୋଜନା କରିଥିଲେ । ଡିଏଫ୍ଓଙ୍କ ନେତୃତ୍ୱରେ ବିଭିନ୍ନ ରେଞ୍ଜ ଏବଂ ମୋବାଇଲ ୟୁନିଟ୍କୁ ନେଇ ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ ପରେ ଉକ୍ତ ଗ୍ରାମକୁ ଚଢ଼ଉ ପାଇଁ ଯାଇଥିଲା ।