ରାଜ୍ୟ ସରକାରଙ୍କୁ ସମାଲୋଚନା କଲେ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଭୁବନେଶ୍ୱର ଠାରେ ଅନୁଷ୍ଠିତ ବିଜେପି କାର୍ଯ୍ୟକାରିଣୀ ବୈଠକରେ କେନ୍ଦ୍ର ବୟନଶିଳ୍ପ ମନ୍ତ୍ରୀ ସ୍ମୃତି ଇରାନୀ ଯୋଗ ଦାନ କରିଛନ୍ତି । ଏହି କାର୍ଯ୍ୟକ୍ରମ ରେ ଯୋଗଦେଇ ସେ ରାଜ୍ୟ ସରକାରଙ୍କୁ ଅନେକ ସମାଲୋଚନା କରଛନ୍ତି ।
ସୂଚନା ଅନୁଯାୟୀ, କେନ୍ଦ୍ର ବୟନ ଶିଳ୍ପମନ୍ତ୍ରୀ ସ୍ମୃତି ଇରାନୀ ଆଜି ଭୁବନେଶ୍ୱର ବିଜେପି କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଇ ରାଜ୍ୟ ସରକାରଙ୍କୁ ସମାଲୋଚନା କରଥିଲେ । ସେ ନବୀନଙ୍କୁ ଆକ୍ଷେପ କରି କହିଥିଲେ ଯେ ” ମହିଳାଙ୍କୁ ସୁରକ୍ଷା ଦେବାରେ ରାଜ୍ୟ ସରକାର ସମ୍ପୂର୍ଣ ରୂପେ ଫେଲ ମାରିଛନ୍ତି । ଓଡ଼ିଶା ସରକାର କାହିଁକି କେନ୍ଦ୍ରର ଆୟୁଷ୍ମାନ ଯୋଜନାକୁ ଗ୍ରହଣ କରୁନାହାନ୍ତି ବୋଲି ମଧ୍ୟ ପ୍ରଶ୍ନ କରିଥିଲେ । ଏହି ଯୋଜନା ଦ୍ୱାରା ଅନେକ ଲୋକ ଉପକୃତ ହୋଇଥାନ୍ତେ ବୋଲି କେନ୍ଦ୍ର ମନ୍ତ୍ରୀ କହିଥିଲେ । ସେହିପରି ଓଡ଼ିଶାରେ ବଢୁଥିବା ବେକାରୀ ସମସ୍ୟା ପାଇଁ ଉଦବେଗ ପ୍ରକାଶ କାଇଥିଲେ । ତୈଳଦର କୁ ନେଇ ମଧ୍ୟ ନବୀନ ସରକାରଙ୍କୁ ଟାର୍ଗେଟ କରିଥିଲେ ସ୍ମୃତି ଇରାନୀ । ସେ କହିଥିଲେ ଅନେକ ରାଜ୍ୟ, କେନ୍ଦ୍ର ସରକାରଙ୍କ ଅନୁରୋଧ କ୍ରମେ ତୈଳଦର ନିୟନ୍ତ୍ରଣ କରିବାକୁ ୨ଟଙ୍କା ୫୦ ପଇସା ଉତ୍ପାଦ ଶୁଳ୍କ ତଥା ଭାଟ୍ ହ୍ରାସ କରିଛନ୍ତି ମାତ୍ର ଓଡ଼ିଶା ସରକାର କାହିଁକି ଏପର୍ଯ୍ୟନ୍ତ ଚୁପ ବସିଛନ୍ତି । ଏଥିରୁ ସ୍ପଷ୍ଟ ଭାବରେ ଜଣାପଡୁଛି କି ରାଜ୍ୟ ସରକାରଙ୍କ ଓଡିଶାବାସୀଙ୍କ ପ୍ରତି କେତେ ଆନ୍ତରିକ ପ୍ରୀତି ଅଛି” ।