ସେନାକୁ ମିଳିବାକୁ ଯାଉଛି ସ୍ୱଦେଶୀ କାମ୍ବୋଟ ବାହନ

(ଓଡ଼ିଶାଫାଷ୍ଟ ବ୍ୟୁରୋ): ଭାରତୀୟ ସେନାକୁ ଖୁବଶୀଘ୍ର ୧,୭୫୦ଟି ଫ୍ୟୁଚରଷ୍ଟିକ ଇନଫ୍ରାଣ୍ଟ୍ରି କମ୍ବୋଟ ବାହନ ମିଳିବାକୁ ଯାଉଛି । ଏହି ବାହନ ଶତୃପକ୍ଷର ଟ୍ୟାଙ୍କକରୁ ଧ୍ୱଂସ କରିବା ସହ ସୈନିକଙ୍କ ଯାତାୟତରେ ସହଯୋଗ କରିବ ବୋଲି କୁହାଯାଇଛି । ଏନେଇ ଭାରତୀୟ ସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ବାହନକୁ ପୂର୍ବ ଲଦାଖ, ରେଗିସ୍ତାନ ଓ ଅପହଞ୍ଚ ଇଲାକାର ସୁରକ୍ଷା ଦାୟିତ୍ୱରେ ଥିବା ସୈନିକଙ୍କୁ ପ୍ରଦାନ କରାଯିବ । ଏହା ମାଧ୍ୟମରେ ଚୀନ ଓ ପାକିସ୍ତାନ ସେନାକୁ କଡା ଜବାବ୍ ଦେଇପାରିବ ବୋଲି କୁହାଯାଇଛି । ଏହି ବାହାନ ଶତ୍ରୁପକ୍ଷର ଟ୍ୟାଙ୍କରକୁ ଧ୍ୱଂସ କରିବା ସହ ସୈନିକଙ୍କୁ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ନେବା ଆଣିବା କରିବାରେ ସହାୟକ ହେବ ।