ନକଲି ମେଡିସିନ କାରବାରର ମୁଖ୍ୟ ଶିବ ଜେନା ଗିରଫ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନକଲି ମେଡିସିନ କାରବାରର ମୁଖ୍ୟ ଶିବ ଜେନା ଗିରଫ । ଶିବ ଜେନାକୁ ଗିରଫ କଲା କ୍ରାଇମବ୍ରାଞ୍ଚ ଏସଟିଏଫ । ପ୍ରଥମେ ଶିବ ଜେନାଙ୍କ ପତ୍ନୀ ଓ ତାଙ୍କର 2 କର୍ମଚାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଏସଟିଏଫ ।
ସୂଚନାଯୋଗ୍ୟ ଯେ, ନକଲି ମେଡିସିନ ମାମଲାରେ ବୁଧବାର କଟକରୁ ତିନି ଜଣଙ୍କୁ ଗିରଫ କରିଥିଲା କ୍ରାଇମବ୍ରାଞ୍ଚ ଏସଟିଏଫ । ମୁଖ୍ୟ କାର୍ପଟଦାର ଶିବ ଜେନାଙ୍କ ପତ୍ନୀ ଶୁଭଲକ୍ଷ୍ମୀ ଜେନା । ଗିରଫ ହୋଇଥିବା ଅନ୍ୟ ଦୁଇ ଜଣ ହେଲେ ପ୍ରୀତିରଞ୍ଜନ ପରିଡା ଓ ସତ୍ୟ ପ୍ରକାଶ ମହାନ୍ତି । ପୂର୍ବରୁ ଗିରଫ ଔଷଧ ବ୍ୟବସାୟୀଙ୍କ ସୂଚନା ମୁତାବକ ଏହି ତିନି ଜଣଙ୍କୁ ଗିରଫ କରାଯାଇଥିଲା । ମେଡିଲୋୟେଡ ମେଡିକମେଣ୍ଟ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଖୋଲାଯାଇଥିବା ଏହି ଔଷଧ କମ୍ପାନୀରେ ଚାଲିଥିଲା ନକଲି ଔଷଧ ବେପାର । କମ୍ପାନୀର ଏମଡି ଥିଲେ ଶିବ ଜେନା ।