ସରକାରୀ ଚାକିରିଆଙ୍କୁ ରାଜ୍ୟ ସରକାରଙ୍କ ଦୁର୍ଗା ପୂଜା ଆଡ଼ଭାନ୍ସ ଭେଟି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର । ରାଜ୍ୟ ସରକାର ଆଜି ସରକାରୀ କର୍ମଚାରୀଙ୍କ ପାଇଁ ଘୋଷଣା କରିଛନ୍ତି ଦୁର୍ଗା ପୂଜା ଆଡଭାନ୍ସ ଭେଟି । ଦୁର୍ଗା ପୂଜା ରାଜ୍ୟ ବାସୀଙ୍କ ପାଇଁ ଏକ ହର୍ଷ ଉଲ୍ଲାସର ପର୍ବ । ସବୁ ସ୍ଥାନରେ ପୂଜାପାଇଁ ପ୍ରସ୍ତୁତି ପର୍ବ ମଧ୍ୟ ଜୋର ସୋର ଚାଲିଛି । ଏହି ପୂଜା ସମୟରେ ରାଜ୍ୟ ସରକାରଙ୍କ ପୂଜା ଭେଟି ସେମାନଙ୍କ ଖୁସିକୁ ଦ୍ୱିଗୁଣିତ କରିଦେଇଛି ।

ସୂଚନା ଅନୁଯାୟୀ, ଆସନ୍ତା ନିର୍ବାଚନ କୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚଳିତ ବର୍ଷ ଦୁର୍ଗା ପୂଜା ପାଇଁ ସପ୍ତମ ବେତନ କମିଶନ ଅନୁସାରେ ରାଜ୍ୟ ପେ-ମାଟ୍ରିକ୍ସ ଅନୁଯାୟୀ ପେ-ଲେବଲ ୯ କିମ୍ବା ତା ତଳକୁ ଥିବା କର୍ମଚାରୀଙ୍କୁ ଆଡଭାନ୍ସ ୨୦ ହଜାର ଟଙ୍କା ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ଏହି ଆଡଭାନ୍ସ ଟଙ୍କା କର୍ମଚାରୀ ମାନଙ୍କୁ ୧୦ ମାସ ଭିତରେ ମାସକୁ ୨୦୦୦ ଟଙ୍କା ହିସାବରେ ଫେରସ୍ତ କରିବାକୁ ହେବ । ଯଦି ଜଣେ କର୍ମଚାରୀ ଟଙ୍କା ଫେରସ୍ତ ନକରେ ତେବେ ଆଗାମୀ ବର୍ଷ ପାଇଁ ସେ ଆଡଭାନ୍ସ ନେବାକୁ ଅଯୋଗ୍ୟ ହେବ ।

Leave a comment
<p>You cannot copy content of this page</p>