ଗଭୀର ଜଳର ମାଛ ନବୀନ

0

ଓଡ଼ିଶା ଫାଷ୍ଟ(ଜିତେନ୍ଦ୍ର ମହାନ୍ତି): ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ସରିବା ପରେ ଭାଜପା ବିରୋଧୀ କ୍ୟାମ୍ପ ଚଳଚଞ୍ଚଳ ହୋଇଛି । ଏହିକ୍ରମରେ ନୂଆଦିଲ୍ଲୀରେ ଶରଦ ପାୱାରଙ୍କ ଘରେ ବସିଥିବା ବୈଠକକୁ ନେଇ ଜାତୀୟ ରାଜନୀତି ରେ ଚର୍ଚ୍ଚା ଜୋର ଧରିଛି। ହେଲେ ଏହି ବୈଠକକୁ ବିଜେଡି ଯାଇନାହିଁ । ବିଜେଡିକୁ ଡକା ଯାଇଛି କି ନାହିଁ, ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ। ହେଲେ ୨୦୨୪ ସାଧାରଣ ନିର୍ବାଚନକୁ ଆହୁରି ୩ବର୍ଷ ସମୟ ରହିଛି । ତେଣୁ ସମଦୁରତ୍ୱ ନୀତି ବଜାୟ ରଖିଥିବା ନବୀନଙ୍କ ଉପରେ ସମସ୍ତଙ୍କ ନଜର ରହିଥିଲା । ଯଶୱନ୍ତ ସିହ୍ନ। ଆବାହକତ୍ଵରେ ହୋଇଥିବା ଏହି ବୈଠକରେ କଂଗ୍ରେସ ଓ ବିଜେପି ଅନୁପସ୍ଥିତ ରହିଥିଲେ । ତେଣୁ ବିଜେଡିର ଯୋଗଦାନକୁ କେତେକ ମହଲ ଅପେକ୍ଷା କରିଥିଲେ । ରାଜନୈତିକ ସମୀକ୍ଷକ କହିବାନୁଯାୟୀ, ସାଧାରଣ ନିର୍ବାଚନ ପୂର୍ବରୁ ବିଭିନ୍ନ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାର ଅଛି । ଏଥିରେ ୟୁପି ନିର୍ବାଚନ ମଧ୍ୟ ରହିଛି । ୟୁପି ରେ ତିନି ଚତୁର୍ଥାଂଶ ସଂଖ୍ୟା ସହ ସରକାର ରେ ଥିବା ବିଜେପି ଯଦି ୨୦୨୨ ରେ କ୍ଷମତା ବଜାୟ ରଖେ ତେବେ ବିରୋଧୀଙ୍କ ସବୁ ଚାଲ ଫେଲ ହୋଇଯିବ । ତେଣୁ ପଶ୍ଚିମବଙ୍ଗ ସଫଳତା ପରେ ବିରୋଧୀ ମାନେ ଅଧିକ ଉତ୍ସାହିତ ନହୋଇ ରାଜ୍ୟ ଗୁଡିକରେ ଭଲ ପ୍ରଦର୍ଶନ କରନ୍ତୁ । ବିଜେପିକୁ “ହିନ୍ଦୀ ହ୍ୟାଟ ଲ୍ୟାଣ୍ଡ” ୟୁପି ରେ ବିରାଟ ବ୍ୟବଧାନରେ ପରାସ୍ତ କରିପାରିଲେ ହିଁ ୨୦୨୪ କୁ କିଛି ନୂଆ ସମ୍ଭାବନାର ସୁଯୋଗ ରହିବ । ତେଣୁ ନବୀନ ଯଥେଷ୍ଟ ପୂର୍ବରୁ ନିଜ ଆଭିମୁଖ୍ୟ ସ୍ପଷ୍ଟ କରିବେ । ଠିକଣା ସମୟରେ ନବୀନ ଉଚିତ ନିଷ୍ପତ୍ତି ନେବେ ।

ସେହିପରି ନବୀନ ଜାତୀୟ ସ୍ତରରେ ମମତା, ଶରତ, KCR ଙ୍କ ଅପେକ୍ଷା ନୀତିଶଙ୍କ ସହ ଅଧିକ ମେଳାପୀ । ତେଣୁ ବାଜିଗର ନୀତିଶଙ୍କ ରାଜନୈତିକ ଗୋଟିଚାଳନା କୁ ତେଣୁ ୟୁପି ବିଧାନସଭା ପର ର ରାଜନୀତି ଅଧିକ ରୋଚକ ହେବ । ସାମ୍ପ୍ରତିକ ସମୟରେ ନବୀନ ଙ୍କ ନିଷ୍ପତ୍ତି ବହୁତ ପରିପକ୍ୱ ଓ ସମୟପଯୋଗୀ ହେବ ।

Leave a comment