କେନ୍ଦ୍ର ସାରକାରଙ୍କୁ ଉଜ୍ଜ୍ୱଳା ଯୋଜନା ରନ୍ଧନ ଗ୍ୟାସ୍‍ ମହାଦୁର୍ନୀତି ଓ ଦର ବୃଦ୍ଧିରେ ଘେରିଲେ ମହିଳା ବିଜେଡି :

0


ଭୁବନେଶ୍ୱର (ବ୍ୟୁରୋ):ଉଜ୍ଜ୍ୱଳା ଯୋଜନା ମହାଦୁର୍ନୀତିରେ କେନ୍ଦ୍ର ସରକାର ଓଡ଼ିଶାର ଗରିବ ମହିଳାମାନଙ୍କୁ ଦିନରେ ଲଣ୍ଠନ ଦେଖାଇଛନ୍ତି । ଗୋଟିଏ ପଟେ ଉଜ୍ଜ୍ୱଳା ଯୋଜନାରେ ମହାଦୁର୍ନୀତି ହୋଇଥିବା ସୂଚନା ତୈଳମବୀ ପାର୍ଲାମେଣ୍ଟରେ ଦେଇଥିବା ବେଳେ ଅନ୍ୟପଟେ ରନ୍ଧନ ଗ୍ୟାସ୍‍ ଦର ବଢ଼ୁଥିବାରୁ ଏ ରାଜ୍ୟର ଉଜ୍ଜ୍ୱଳା ହିତାଧିକାରୀଙ୍କ ମଧ୍ୟରୁ ଅନେକ ଦ୍ୱିତୀୟଥର ରନ୍ଧନ ଗ୍ୟାସ ରିଫିଲିଂ କରିପାରି ନାହାନ୍ତି । ରନ୍ଧନ ଗ୍ୟାସ୍‍ କ୍ଷେତ୍ରରେ ଏପରି ଚଞ୍ଚକତାକୁ ବିରୋଧ କରି ଆଜି ବିଜୁ ମହିଳା ଜନତା ଦଳ ପକ୍ଷରୁ ସଭାନେତ୍ରୀ ପ୍ରମିଳା ମଲିଙ୍କ ନେତୃତ୍ୱରେ ଭୁବନେଶ୍ୱର ଚନ୍ଦ୍ରଶେଖରପୁରସ୍ଥିତ ଆଇଓସିଏଲ୍‍ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି ।

ବିକ୍ଷୋଭସ୍ଥଳରେ ଶ୍ରୀମତୀ ମଲିକ କହିଥିଲେ ଯେ ଉଜ୍ଜ୍ୱଳା ଯୋଜନା ଆମ ରାଜ୍ୟରେ ସଫଳ ହୋଇଛି ବୋଲି ବିପଣନ କମ୍ପାନୀଗୁଡିକ ପକ୍ଷରୁ ଏହାର ରାଜ୍ୟ ସଂଯୋଜକ ଯେଉଁ ଦାବି କରିଛନ୍ତି, ତାହା କେବଳ ଧୂଆଁବାଣ । ରାଜ୍ୟସଭାରେ କେନ୍ଦ୍ର ତୈଳମବୀ ଇତିମଧ୍ୟରେ ଜଣାଇସାରିଛନ୍ତି, ରାଜ୍ୟରେ ଉଜ୍ଜ୍ୱଳା ଯୋଜନାରେ ୩୦ଲକ୍ଷ ୪୮ ହଜାର ହିତାଧିକାରୀ ୨୦୧୮ ଜୁଲାଇ ୩୦ ସୁଦ୍ଧା ସାମିଲ ହୋଇଥିଲେ ହେଁ ଦ୍ୱିତୀୟଥର ରିଫିଲ୍‍ କରୁଥିବା ହିତାଧିକାରୀଙ୍କ ସଂଖ୍ୟା କମି କମି ଯାଉଛି । ୨୦୧୬-୧୭ରେ ମାତ୍ର ୮୧୮୭୮୬ ହିତାଧିକାରୀ ରିଫିଲ୍‍ ଦ୍ୱିତୀୟଥର କରିଥିବା ବେଳେ ୨୦୧୭-୧୮ରେ ଏହା ଆହୁରି କମିଯିବା ସହ
୬୪୫୨୬୫ରେ ପହଞ୍ôଚଛି । ଏପରିକି ଖୋଦ୍‍ ତୈଳମବୀଙ୍କ ନିଜ ଜିଲ୍ଲା ଅନୁଗୁଳରେ ପରିସଂଖ୍ୟାନ ଅନୁଯାୟୀ ୧୫ ପ୍ରତିଶତ ହିତାଧିକାରୀ ରିଫିଲିଂ କରୁଥିବା ବେଳେ ୮୫ ପ୍ରତିଶତ ହିତାଧିକାରୀ କେବଳ ପରିସଂଖ୍ୟାନଭୁକ୍ତ ହୋଇ ରହିଯାଇଛନ୍ତି । ଉଜ୍ଜ୍ୱଳା ଯୋଜନାରେ ହୋଇଥିବା ମହାଦୁର୍ନୀତି ଯୋଗୁ ମହିଳାମାନଙ୍କୁ ଲାଭ ମିଳିବା ପରିବର୍ତ୍ତେ ଦଲାଲମାନଙ୍କୁ ମୁନାଫା ଦେବା ସାର ହୋଇଛି । ରାଜ୍ୟ ସରକାରଙ୍କୁ ବିଶ୍ୱାସକୁ ନନେଇ କେନ୍ଦ୍ର ସରକାର ତାଙ୍କ ଦଳୀୟ କର୍ମୀମାନଙ୍କ ଜରିଆରେ ଉଜ୍ଜ୍ୱଳା ଯୋଜନାରେ ଭୂତ ହିତାଧିକାରୀମାନଙ୍କ ନାମରେ ପଞ୍ଜିକୃତ କରାଇଛନ୍ତି । ଓଡ଼ିଶାର ଓଡ଼ିଆ ଲୋକ ହୋଇ କେନ୍ଦ୍ର ପେଟ୍ରୋଲିୟମ୍‍ ମବୀ ଓଡ଼ିଶାକୁ ଅବହେଳା କରି ଆସୁଛନ୍ତି, ଯାହା କ୍ଷୋଭ ଓ ପରିତାପର ବିଷୟ । ସେହିପରି ଉଜ୍ଜ୍ୱଳା ଯୋଜନା ସବ୍‍ସିଡି ଅର୍ଥ ଠିକ୍‍ ରୂପେ ହିତାଧିକାରୀଙ୍କ ଖାତାକୁ ଆସୁନଥିବା ଅଭିଯୋଗ ହେଉଛି । କେନ୍ଦ୍ର ତୈଳ ମବ୍‍ୀ ଏଥିରେ କାହିଁକି ନିରବ ରହିଛନ୍ତି? ଆନ୍ତର୍ଜାତିକ ବଜାରରେଅଶୋଧିତ ତୈଳ ଦର ହ୍ରାସ ପାଇଚାଲିଥିବା ବେଳେ ବିଜେପି ସରକାର ଅମଳରେ ବିଗତ ୪ବର୍ଷ ମଧ୍ୟରେ ରନ୍ଧନ ଗ୍ୟାସ୍‍ର ମୂଲ୍ୟ ୨୨ଥର ବଢ଼ିଛି କାହିଁକି? କେନ୍ଦ୍ର ସରକାର ବିଶେଷକରି ତୈଳ ମବାଳୟ ଏବେ ଅପାରଗ ଓ ସ୍ଥାଣୁ ପାଲଟିଯାଇଥିବା ଏଥିରୁ ସ୍ପଷ୍ଟ ପ୍ରମାଣିତ ବୋଲି ଶ୍ରୀମତୀ ମଲିକ କହିଥିଲେ ।

ଶ୍ରୀମତୀ ମଲିକଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବିକ୍ଷୋଭରେ ମବୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ପ୍ରିୟଦର୍ଶୀ ମିଶ୍ର, ବିଜୟ କୁମାର
ମହାନ୍ତି, ଶ୍ରୀମତୀ ରାଜଶ୍ରୀ ମଲ୍ଲିକ, ଭୁବନେଶ୍ୱର ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ. ଶାନ୍ତି, ମହିଳା ବିଜେଡିର
ସମସ୍ତ ରାଜ୍ୟ ଉପ-ସଭାନେତ୍ରୀ, ସାଧାରଣ ସଂପାଦିକା, ସଂପାଦିକା, ଭୁବନେଶ୍ୱର ମହିଳା ସଭାନେତ୍ରୀ ଭାରତୀ ସିଂହ, କର୍ପୋରେଟର୍‍ଙ୍କ
ସମେତ ସମସ୍ତ ଜିଲ୍ଲାର ସଭାନେତ୍ରୀ ଓ କର୍ମକର୍ତ୍ତା ଉପସ୍ଥିତ ଥିଲେ ।

Leave a comment