ଅନ୍‌ଲାଇନ୍‌ କ୍ଲାସ ବେଳେ ଫାଟିଲା ମୋବାଇଲ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି ଜଣେ ଛାତ୍ରଙ୍କ ପାଇଁ ଅନ୍‌ଲାଇନ୍‌ ପାଠପଢ଼ା ବିପଦ ସୃଷ୍ଟି କରିଛି । ଛାତ୍ର ଜଣକ ପାଠ ପଢ଼ିସାରି ମୋବାଇଲ୍‌ ରଖିବାର ମାତ୍ର ୩୦ ସେକେଣ୍ଡ୍‌ ପରେ ମୋବାଇଲ୍‌ଟି ଫାଟି ଯାଇଥିଲା । ଅଳ୍ପକେ ବର୍ତ୍ତି ଯାଇଥିଲେ ଫୁଲବାଣୀ ମୁଣ୍ଡିଆ ସାହିର ୯ମ ଶ୍ରେଣୀର ଛାତ୍ର ସାତ୍ତ୍ୱିକ ପଟ୍ଟନାୟକ ।

ସୂଚନା ଅନୁଯାୟୀ, ସାତ୍ତ୍ୱିକ ଆଜି ଘରେ ଅନ୍‌ଲାଇନ୍‌ରେ ପାଠ ପଢ଼ୁଥିଲେ । କ୍ଲାସ୍‌ ଶେଷ ହେବା ପରେ ମୋବାଇଲ୍‌ଟିକୁ ଟେବୁଲ୍‌ ଉପରେ ରଖି ସାତ୍ତ୍ୱିକ୍‌ ହୋମ୍‌ୱାର୍କ କରୁଥିଲେ । ହଠାତ୍‌ ମୋବାଇଲ୍‌ଟି ଢୋ’ କରି ଫାଟିବା ସହ ସେଥିରେ ନିଆଁ ଲାଗିଯାଇଥିଲା । ସାତ୍ତ୍ୱିକ ଏକ କାର୍ଡର୍ବୋଡ୍‌ ସହାୟତାରେ ମୋବାଇଲ୍‌କୁ ତଳକୁ ଫିଙ୍ଗି ଦେଇଥିଲେ । ଫଳରେ ସାତ୍ତ୍ୱିକଙ୍କ ଏଥିରେ କୌଣସି କ୍ଷତି ହୋଇ ନ ଥିବା ସୂଚନା ମିଳିଛି । ମୋବାଇଲ୍‌ରେ ଅଧିକ ସମୟ ଧରି ପାଠ ପଢ଼ିବା ଯୋଗୁଁ ମୋବାଇଲ୍‌ ବ୍ୟାଟେରି ଗରମ ହୋଇ ଏଭଳି ଘଟଣା ଘଟିଥାଇପାରେ ବୋଲି ଅନୁମାନ କରାଯାଉଛି । ତେବେ ଏଥିପ୍ରତି ଅଭିଭାବକମାନେ ସଚେତନ ରହିବା ଏବଂ ମୋବାଇଲ୍‌ ଉପରେ ଧ୍ୟାନ ହେବା ମଧ୍ୟ ଜରୁରି ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।

Leave a comment