ଛାତ୍ର ସଂସଦ ନିର୍ବାଚନ କୁ ନେଇ ଉଷ୍ମତା, ୬ ମହାବିଦ୍ୟାଳୟ ଓ ୩ଟି ବିଶ୍ୱବିଦ୍ୟାଳୟ ରେ ନିର୍ବାଚନ ବାତିଲ, ଆଜି ନାମାଙ୍କନ ପତ୍ର ଦଖିଲ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୧୧ ତାରିଖରେ ଛାତ୍ର ସଂସଦ ନିର୍ବାଚନ ପାଇଁ ନିର୍ବାଚନ ହେବାକୁ ଥିବା ସମସ୍ତ କଲେଜରେ ଆଜି ପ୍ରାର୍ଥୀ ପତ୍ର ଦାଖଲ କରାଯାଇଛି । ଏଥର କଲେଜ ଛାତ୍ର ସଂସଦ ନିର୍ବାଚନ କୁ ନେଇ ଚାରିଆଡେ ଉଷ୍ମତା ଦେଖା ଯିବା ସହ ବିଭିନ୍ନ ମହାବିଦ୍ୟାଳୟ ଗୁଡିକରେ ପ୍ରାକ ନିର୍ବାଚନୀ ହିଂସା ଦେଖି ବାକୁ ମିଳିଛି । ଏହି ହିଂସା ପରିପ୍ରେକ୍ଷୀରେ ଆମ ରାଜ୍ୟ ର ୬ ମହାବିଦ୍ୟାଳୟ ଏବଂ ୩ଟି ବିଶ୍ୱବିଦ୍ୟାଳୟ ରେ ଛାତ୍ର ସଂସଦ ନିର୍ବାଚନ ବାତିଲ ହୋଇଥିବା ସୂଚନା ମିଳିଛି ।
ସୂଚନା ଅନୁଯାୟୀ, ଓଡ଼ିଶାର ସର୍ଵ ବୃହତ ପୁରାତନ କଲେଜ ରେଭେନ୍ସା ମହାବିଦ୍ୟାଳୟରେ ଏଥର ପ୍ରତ୍ୟକ୍ଷ ନିର୍ବାଚନ ବଦଳ ରେ ପୋରକ୍ଷ ନିର୍ବାଚନ ହେବ ବୋଲି ବିଶ୍ୱବିଦ୍ୟାଳୟ ତରଫରୁ ନିଷ୍ପତ୍ତି ନିଆଯାଇ ଥିଲା । କିନ୍ତୁ ବିଶ୍ୱବିଦ୍ୟାଳୟର ବିଭିନ୍ନ ଛାତ୍ର ସଂଗଠନ ଏହି ନିଷ୍ପତ୍ତିକୁ ଵିରୋଧ କରି ପ୍ରତ୍ୟକ୍ଷ ନିର୍ବାଚନ ପାଇଁ ଅଡ଼ି ବସି ଥିଲେ । ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ର କିଛି ଛାତ୍ର ଛାତ୍ରୀ ଗତକାଲି ବିଶ୍ୱବିଦ୍ୟାଳୟ ର କୁଳପତି ଇସାନ ପାତ୍ର ଏବଂ ଅନ୍ୟାନ୍ୟ କର୍ମଚାରୀ ଙ୍କୁ ଭିସିଙ୍କ କାର୍ଯ୍ୟାଳୟ ରେ ୧୩ଘଣ୍ଟା ରୁ ଅଧିକ ସମୟ ସାରା ରାତି ଘେରାଉ କରି ରଖିଥିଲେ । ଶେଷରେ ଆଜି ସକାଳୁ ସକାଳୁ ପୋଲିସ ଏବଂ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇ କୁଳପତି ଏବଂ ଅନ୍ୟାନ୍ୟ କର୍ମଚାରୀ ମାନଙ୍କୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ପରେ କୁଳପତି ଏହି ଘଟଣା ଘଟେଇ ଥିବା ସମ୍ପୁକ୍ତ ଛାତ୍ର ଛାତ୍ରୀ ମାନଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିବା ସହ କଲେଜକୁ ସାଇନ ଡାଏ ଘୋଷଣା କରାଯିବ ନାହିଁ ଏବଂ ଏହି ଘଟଣାରେ ସଂପୃକ୍ତ କିଛି ପିଲାଙ୍କ ପାଇଁ ୮୦୦୦ ପିଲାଙ୍କର କେରିୟର ନଷ୍ଟ କରିବାକୁ ଦିଆଯିବ ନାହିଁ କହିଥିଲେ । ଆହୁରି ମଧ୍ୟ ବିଶ୍ୱବିଦ୍ୟାଳୟ ରେ ନିର୍ବାଚନ ହେବ ନାହିଁ ବୋଲି ସ୍ପଷ୍ଟକ୍ତି କରିବା ସହ ବିଶୃଙ୍ଖଳା ରେ ଲିପ୍ତ ଥିବା ପିଲା ଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଥିଲେ ।
କିଛି ବିଶ୍ୱବିଦ୍ୟାଳୟ ଏବଂ କଲେଜରେ ପ୍ରାକ୍ ନିର୍ବାଚନ ହିଂସା ହେବାରୁ ଯଥା ରେଭେନ୍ସା, ସମ୍ବଲପୁର ବିଶ୍ୱବିଦ୍ୟାଳୟ ନିର୍ବାଚନ ବାତିଲ କରାଯାଇଥିଲା ବେଳେ ନୀଳଗିରି କଲେଜ, କାକଟପୁର ମା ମଙ୍ଗଳା କଲେଜ, ଧାମନଗର ମହାବିଦ୍ୟାଳୟ, କଟକ ଆଇନ ମହାବିଦ୍ୟାଳୟ, ଆନନ୍ଦପୁରୁ କୁଶଳେଶ୍ୱର ମହାବିଦ୍ୟାଳୟ, ଫୁଲବାଣୀ ମହାବିଦ୍ୟାଳୟ, ଆଦି ୬ଟି ମହାବିଦ୍ୟାଳୟରେ ଗଣ୍ଡଗୋଳ ହେତୁ ନିର୍ବାଚନ କୁ ବାତିଲ କରାଯାଇଥିବା କଥା ଜଣାପଡିଛି।