ପୁଲିସ ଗୁଳିରେ ମାଓନେତା ନିହତ, ଏକେ-୪୭ ଜବତ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବରଗଡ଼ ଜିଲ୍ଲାରେ ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳିବିନିମୟ ଘଟି ଜଣେ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ବରଗଡ ଜିଲ୍ଲା ଘେଁସ ବନଖଣ୍ଡ ଅନ୍ତର୍ଗତ ଝାଞ୍ଜ ପାହାଡ଼ ନିକଟରେ ମାଓବାଦୀ ଥିବା ପୋଲିସକୁ ସୂଚନା ମିଳିଥିଲା। ଗୁରୁବାର ରାତିରେ ପୋଲିସ ଡିଭିଏଫ ଏବଂ ଏସଓଜି ଯବାନଙ୍କ ମିଳିତ ଅପରେସନ ଆରମ୍ଭ କରିଥିଲେ । ଏହି ମିଳିତ ଅପରେସନରେ ଯବାନଙ୍କୁ ବଡ ସଫଳତା ମିଳିଥିବା ସୂଚନା ମିଳିଛି। ଗୁଳି ବିନିମୟରେ ଜଣେ କମାଣ୍ଡର ସ୍ତରୀୟ ମାଓବାଦୀ ନିହତ ହୋଇଥିବା ଜଣାପଡିଛି। ମାଓବାଦୀ ବ୍ୟବହାର କରୁଥିବା ଏକେ୪୭ ରାଇଫଲ୍ ମଧ୍ୟ ଜବତ କରାଯାଇଛି ।