ସାବିତ୍ରୀ ପୂଜା ସାରି ଫେରୁଥିବାବେଳେ ସ୍ୱାମୀଙ୍କ ମୃତ୍ୟୁ ଖବର ପାଇଲେ
କୋଭିଡ୍ରେ ଆଖିବୁଜିଲେ ମାୟାଧର
ଓଡ଼ିଶା ଫାଷ୍ଟ (ବ୍ୟୁରୋ): ସ୍ୱାମୀଙ୍କ ଆଶୁ ଆରୋଗ୍ୟ ସହିତ ଦୀର୍ଘାୟୁ କାମନା କରି ମନ୍ଦିରରେ ପୂଜାପାଠ ସାରି ଘରକୁ ଫେରିବା ବେଳକୁ ପାଇଲେ ସ୍ୱାମୀଙ୍କ ମୃତ୍ୟୁ ଖବର । ପବିତ୍ର ସାବିତ୍ରୀ ବ୍ରତରେ ଏଭଳି ଏକ ଦୁଃଖଦ ଘଟଣା ଦେଖିବାକୁ ମିଳିଛି କଟକ ଜିଲ୍ଲା ଆଠଗଡ ବ୍ଲକ୍ ରାଜଗନର ଗାଁରେ । ମୃତ ବ୍ୟକ୍ତିଙ୍କ ନାଁ ମାୟାଧର ପ୍ରଧାନ । ମୟାଧର ଅସୁସ୍ଥ ଅନୁଭବ କରିବାରୁ ତାଙ୍କ କୋଭିଡ୍ ଟେଷ୍ଟ୍ କରାଯାଇଥିଲା । ରିପୋର୍ଟ ପଜିଟିଭ୍ ଆସିବା ପରେ ତାଙ୍କୁ ମାଧପୁର ସ୍ଥିତ ଜିମସାର କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଉଥିଲା । କିନ୍ତୁ ଅମ୍ଳଜାନ ସ୍ତର ହ୍ରାସ ପାଇବାରୁ ତାଙ୍କୁ ସଦ୍ଗୁରୁ କୋଭିଡ୍ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ସେ ଆଜି ବୁଜି ଦେଇଥିଲେ । ମାୟାଧରଙ୍କ ମୃତ୍ୟୁ ହୋଇଥିବା ନେଇ ସକାଳେ ମେଡିକାଲ୍ କର୍ତ୍ତୃପକ୍ଷ ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ । ହେଲେ ଆଜି ଭଳି ଦିନରେ ସ୍ୱାମୀଙ୍କ ମୃତ୍ୟୁକୁ ଗ୍ରହଣ କରିପାରୁ ନାହାନ୍ତି ତାଙ୍କ ପତ୍ନୀ ବିଳାସିନୀ ପ୍ରଧାନ ।