ରାଜଧାନୀରେ ବୋମା ମାଡ଼

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଖଣ୍ଡଗିରି ଥାନା ଅଧିନସ୍ଥ ରଘୁନାଥନଗରରେ ବୋମାମାଡ । ୩ଟି ଦୋକାନ ଘର ଉପରକୁ ବୋମାମାଡ । ଏହି ବୋମା ମାଡରେ ଗୋଟିଏ ଦୋକାନ ଘର ଓ ୨ଟି ବାଇକ ପୋଡି ଯାଇଛି ।

ସୂଚନା ଅନୁଯାୟୀ, ୨ ଦିନତଳୁ ସରକନ୍ତରା ଓ ରଘୁନାଥନଗର ମଧ୍ୟରେ ଲାଗିରହିଥିବା ବିବାଦ ଆଜି ଉଗ୍ରରୂପ ନେଇଛି । କିଛି ଦୁର୍ବୃତ୍ତ ରଘୁନାଥନଗର ଆସି କିଛି ଦୋକାନ ଘରେ ବୋମାମାଡ କରି ଫେରାର ହୋଇ ଯାଇଥିଲେ । ଏହି ଘଟଣାରେ ଗୋଟିଏ ଦୋକାନ ଘର ଓ ୨ଟି ବାଇକ ସମ୍ପୂର୍ଣ ରୂପେ ପୋଡିଯାଇଛି । ଏହାର ପ୍ରତିବାଦ କରି ସ୍ଥାନୀୟ ଲୋକ ରାସ୍ତା ରୋକ କରିଥିଲେ ।

ଖବର ପାଇ ଖଣ୍ଡଗିରି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝା ସୁଝା କରିବାକୁ ଉଦ୍ୟମ କରିଥିଲା । ମାତ୍ର ଉତ୍ୟକ୍ତ ଲୋକେ ପୋଲିସ ଉପରକୁ ଢେଲା ମାଡ଼ କରିବା ସହ ପିସିଆର ଭ୍ୟାନ କୁ ଭଙ୍ଗାରୁଜା କରିଛନ୍ତି । ଏହି ଢେଲା ପଥର ମାଡରେ ଖଣ୍ଡଗିରି ଆଇ.ଆଇ.ସି ଙ୍କ ସହ ୪ଜଣ ଆହତ ହୋଇଛନ୍ତି । ସେ ସ୍ଥାନରେ ଉତ୍ତେଜନା ଲାଗି ରହିଥିବାରୁ ଲୋକଙ୍କୁ ଘଉଡେଇବା ପାଇଁ ପୋଲିସକୁ ମୃଦୁ ଲାଠିଚାଳନ କରିବାକୁ ପଡିଛି ।

Leave a comment