ଭଣ୍ଡ ନିତ୍ୟାନନ୍ଦଙ୍କ ଭିଡିଓ ଭାଇରାଲ୍, କହୁଛନ୍ତି ମୁଁ ଦେଶରେ ପାଦ ଦେଲେ ଭାରତ ମାଟିରୁ କରୋନା ପଳେଇବ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦେଶରେ ବର୍ତ୍ତମାନ କରୋନାର ଦ୍ୱିତୀୟ ଲହର ଅନେକ ଜୀବନ ନେଲାଣି। ଅର୍ଥନୀତିରେ ଯେତିକି କ୍ଷତି କଲାଣି ମାନବ ସମ୍ବଳ ମଧ୍ୟ ସେତିକି ଛଡାଇନେଲାଣି। ଏହି ସମୟରେ ଆତ୍ମଘୋଷିତ ସାଧୁ ତଥା ଭଣ୍ଡ ନିତ୍ୟାନନ୍ଦଙ୍କର ଏକ ଭିଡିଓ ସାମ୍ନାକୁ ଆସିଛି ଯେଉଁଥିରେ ସେ କହୁଛନ୍ତି ଯେ ଯେତେବେଳେ ମୁଁ ଭାରତ ମାଟିରେ ପାଦ ଦେବି ସେତେବେଳେ କରୋନା ଭାରତରେ ଶେଷ ହେବ।
କିଛି ଦିନ ପୂର୍ବରୁ ରିଲିଜ୍ ହୋଇଥିବା ଏକ ଭିଡିଓରେ ନିତ୍ୟାନନ୍ଦଙ୍କ ଜଣେ ଶିଷ୍ୟ ପଚାରିଛନ୍ତି ଯେ କରୋନା କେବେ ଭାରତ ଛାଡିବ? ଏହାର ଉତ୍ତରରେ ନିତ୍ୟାନନ୍ଦ କହିଛନ୍ତି ଯେ ଦେବୀ ‘ଅମ୍ମାନ’ ତାଙ୍କ ଆଧ୍ୟାତ୍ମିକ ଶରୀରରେ ପ୍ରବେଶ କରିଛନ୍ତି। ଯେତେବେଳେ ଭାରତୀୟ ମାଟିରେ ପାଦ ରଖିବ ସେତେବେଳେ କରୋନା ଭାରତ ଛାଡିବ। ନିତ୍ୟାନନ୍ଦଙ୍କ ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।
ନିତ୍ୟାନନ୍ଦ ଏପ୍ରିଲରେ ୧୯ କହିଥିଲେ ଯେ କରୋନାର ଦ୍ୱିତୀୟ ଲହର ଯୋଗୁଁ ଭାରତରୁ କୈଳାଶ ଦ୍ୱୀପକୁ ତୀର୍ଥଯାତ୍ରୀଙ୍କ ପ୍ରବେଶ ଉପରେ ନିଷେଧାଦେଶ ରହିଛି। ଏହା ସହିତ ବ୍ରାଜିଲ, ୟୁରୋପୀୟ ସଂଘ ଏବଂ ମାଲେସିଆରୁ ଆସୁଥିବା ଲୋକଙ୍କ ଉପରେ ମଧ୍ୟ ସେ ପ୍ରତିବନ୍ଧକ ଲାଗିଛି ।
ସୂଚନାଯୋଗ୍ୟ, ଆତ୍ମଘୋଷିତ ସାଧୁ ତଥା ଭଣ୍ଡ ନିତ୍ୟାନନ୍ଦଙ୍କ ବିରୋଧରେ ଯୌନ ଉତ୍ପୀଡ଼ନ ଅଭିଯୋଗ ରହିଛି। ୨୦୧୯ ମସିହାରେ ନିତ୍ୟାନନ୍ଦ ଭାରତ ଛାଡି ପଳାଇଥିଲେ। ନିତ୍ୟାନନ୍ଦ ଦାବି କରିଛନ୍ତି ଯେ ସେ ଏକ ଭର୍ଚୁଆଲ୍ ଦ୍ୱୀପ ପ୍ରତିଷ୍ଠା କରିଛନ୍ତି ଯାହାକୁ ସେ କୈଳାଶ ନାମ ଦେଇଛନ୍ତି। ଦାବି ଅନୁଯାୟୀ, ନିତ୍ୟାନନ୍ଦଙ୍କର ଏହି ଦ୍ୱୀପ ଇକ୍ୟୁଏଡର ଉପକୂଳ ନିକଟରେ ଅଛି।

Leave a comment