କେନ୍ଦୁଝରରେ ଚାଞ୍ଚଲ୍ୟ: ହାତଗୋଡ ବାନ୍ଧି ଶାଶୂକୁ ଦୁଷ୍କର୍ମ, ଶାଳୀକୁ ହତ୍ୟା
ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝର ଜିଲ୍ଲାରେ ଆଜି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଶାଳୀକୁ କୁରାଢ଼ୀରେ ହାଣି ହତ୍ୟା କରିବା ପରେ ଶାଶୂ ହାତ ବାନ୍ଧି ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି। ଏହାପରେ ଶବକୁ ୨୦୦ ଫୁଟ ଖାତା କୁ ଫିଙ୍ଗିଦେଲା ହତ୍ୟାକାରୀ । ଏଭଳି ଜଘନ୍ୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ବଲାଣି ଥାନା ଅଂଚଳରେ । ହତ୍ୟା ଅଭିଯୁକ୍ତ ହେଉଛନ୍ତି ରୂପ ସିଂ ସିଦ୍ଧୁ । ମୁର୍ଗାପଡାରେ ରହୁଥିବା ଶାଶୁ ଓ ଶାଳୀ ସହିତ ହତ୍ୟାକାରୀ ରୂପ ସିଂ ଜଙ୍ଗଲକୁ ଛତୁ ଓ କୁରକୁଟି ସଂଗ୍ରହ କରିବା ପାଇଁ ଯାଇଥିଲା । ତେବେ ଏହି ସମୟରେ ଶାଳୀ ସହିତ ଝଗଡ଼ା ହୋଇଥିଲା । ଏଥିରେ ଉତକ୍ଷୀପ୍ତ ହୋଇ ରୂପ ସିଂ ଶାଳୀର ବେକକୁ କୁରାଢ଼ୀରେ ହାଣି ଦେଇଥିଲା । ଏହାପରେ ମୃତଦେହକୁ ୨୦୦ ଫୁଟ ଖାଲକୁ ଫିଙ୍ଗି ଦେଇଥିଲା । ପରେ ଶାଶୂକୁ ବାନ୍ଧି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । କୌଶଳ କ୍ରମେ ପୀଡ଼ିତା ଜଣକ ଖସି ଆସି କିରିବୁର ଥାନାରେ ଅଭିଯୋଗ କରିଥିଲେ ।