ବଡ଼ ଦୁର୍ଘଟଣା: ଦୁଇ ଟ୍ରେନ୍ ମୁହାଁମୁହିଁ ଧକ୍କା, ୩୦ରୁ ଅଧିକ ମୃତ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପାକିସ୍ତାନରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି । ଦୁଇଟି ଟ୍ରେନ୍ ମୁହାଁମୁହିଁ ଧକ୍କା ହେବା ଫଳରେ ୩୦ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି । ମିଲାଟ ଏକ୍ସପ୍ରେସ ଏବଂ ସାର୍ ସୟଦ ଏକ୍ସପ୍ରେସ ମଧ୍ୟରେ ଧକ୍କା ହୋଇଛି। ୪୦ରୁ ୫୦ ଜଣ ଆହତ ହୋଇଥିବା କୁହାଯାଉଛି । ଦୁର୍ଘଟଣାର ମାତ୍ରା ଏତେ ଭୟାବହ ଏତେ ଥିଲା ଯେ, ମିଲାଟ ଏକ୍ସପ୍ରେସର ୮ଟି ବଗି ଲାଇନ ଚ୍ୟୁତ ହୋଇଥିଲା । ପାଖାପାଖି ଭୋର ୩.୪୫ରେ ଘଟିଛି ଏହି ଗୁର୍ଘଟଣା ।