ଦାମଙ୍କ ଛାତି ଉପରେ ମହିଳା ସମାବେଶ
ଓଡିଶା ଫାଷ୍ଟ (ବ୍ୟୁରୋ): ବରିଷ୍ଠ ନେତା ଦାମୋଦର ରାଉତ ଙ୍କ ଗଡ଼ରେ ଆସନ୍ତା କାଲି ହେବାକୁ ଯାଉଛି ଏକ ବିଶାଳ ମହିଳା ସମାବେଶ । ଏହି ସମାବେଶ ରେ ୫ ହଜାରରୁ ଉର୍ଦ୍ଧ ମହିଳା ଯୋଗଦାନ ଦେବାର କାର୍ଯ୍ୟକ୍ରମ ରହିଛି । ଦାମଙ୍କ ଅହଂଭାବକୁ ଚୁରମାର କରିବାକୁ ଏହି ମହିଳା ସମାବେଶ କରାଯାଇଥିବା ରାଜନୈତିକ ବିଶେଷଜ୍ଞ ମତପ୍ରକାଶ କରିଛନ୍ତି ।
ଦାମ ବାବୁ ସବୁବେଳେ କହିଆସୁଥିଲେ ଯେ ସେ ବିଜେଡି ଦଳରେ ଥିବାରୁ ଜିତୁ ନଥିଲେ ବରଂ ସେ ନିଜସ୍ୱ ଲୋକପ୍ରିୟତାରୁ ଜିତି ଆସୁଥିଲେ । କିନ୍ତୁ ଏହା ଭୁଲ ପ୍ରମାଣିତ ହେବାକୁ ଯାଉଛି । ଦମଙ୍କ ହାର୍ଟ କୁହାଯାଉଥିବା କୁଜଙ୍ଗ ବଜାରରେ ଏହି ସମାବେଶ ଦାମଙ୍କ ଗର୍ବ ଓ ଅହଂକାରକୁ ଧୂଳିସାତ କରିବବୋଲି ଜନସାଧାରଣ ରେ ମତ ପ୍ରକାଶ ପାଇଛି ।
ବିଜେଡି ଦଳ ଓ ଏହାର ମୁଖିଆଙ୍କ ବିରୁଦ୍ଧରେ ଦାମ ଯେତେ ବିଷ ଓଗାଳିଲେ ମଧ୍ୟ ଏହା ସେମାନଙ୍କ ଭାବ ମୂର୍ତି କୁ ମଳିନ କରିପାରିନାହିଁ ବରଂ ସେ ନିଜ ଗୋଡ଼ରେ ନିଜେ କୁରାଢ଼ୀ ମାରିଛନ୍ତି ଏହା ନିକଟରେ ହୋଇଥିବା ଏକ ସର୍ଭେରୁ ସ୍ପଷ୍ଟ ହୋଇଯାଇଛି ଇଣ୍ଡିଆ ଟୁଡେ-ମାଇଁ ଇଣ୍ଡିଆ ପି.ଏସ.ଇ ର ସର୍ଭେ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ହେଉଛନ୍ତି ଓଡିଶାବାସୀଙ୍କ ପ୍ରଥମ ପସନ୍ଦ ଓ ନବୀନ ପଟ୍ଟନାୟକଙ୍କୁ ଓଡିଶାବାସୀ ୫ମ ଥର ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ଭାବରେ ଦେଖିବାକୁ ଚାହାଁନ୍ତି ।
ଶୁଣିବାକୁ ମିଳୁଛି ଯେ ତୃତୀୟ ମହଲାର ଜଣେ ପ୍ରିୟ ଯୁବ ନେତାଙ୍କ ନିର୍ଦେଶ ରେ ଏହି ସମାବେଶ ହେବାକୁ ଯାଉଛି ଯାହାକି ଦେବାଶିଷ ସାମନ୍ତରାୟ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ହେଉଛି । ଏଥିରେ ଜଗତସିଂହପୁର ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରଫୁଲ ସାମଲ, ମନ୍ତ୍ରୀ ପ୍ରତାପ ଜେନା, ସାଂସଦ କୁଳମଣି ସାମଲ, ତିର୍ତ୍ତୋଲ ବିଧାୟିକା ରାଜଶ୍ରୀ ମଲ୍ଲିକ ଓ ବାଲିକୁଦା ବିଧାୟକ ପ୍ରଶାନ୍ତ ମୁଦୁଲି ଯୋଗଦେବାର କାର୍ଯ୍ୟକ୍ରମ ରହିଛି