ଜୁନ ୧୭ ପରେ ଆବଶ୍ୟକତା ପଡ଼ିବନି ଲକ୍ଡାଉନ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କମୁଛି ସଂକ୍ରମଣ। ତେଣୁ ଜୁନ ୧୭ ତାରିଖ ପରେ ଆଉ ଲକ୍ଡାଉନ୍ର ଆବଶ୍ୟକତା ପଡ଼ିବ ନାହିଁ । ହେଲେ ଲୋକମାନେ ଅଧିକ ସର୍ତକ ଓ ସଚେତନ ରହିବା ଆବଶ୍ୟକତା ରହିଛି । ସ୍ବାସ୍ଥ୍ୟ ବିଶେଷଜ୍ଞ ଡାକ୍ତର ନିରୋଜ ମିଶ୍ର ଏଭଳି ଅଶ୍ୱସ୍ତି କର ଖବର ଦେଇଛନ୍ତି। ବର୍ତ୍ତମାନ ରାଜ୍ୟରେ ଦୈନିକ ୧୦ପ୍ରତିଶତ କରୋନା ପଜିଟିଭ ହାର ରହିଛି । ଜୁନ୍ ୧୭ ବେଳକୁ ଏହି ହାର ୫ପ୍ରତିଶତ ତଳକୁ ଖସିଯାଇଥିବ । ତେଣୁ ଆଉ ଲକଡାଉନର ଆବଶ୍ୟକତା ପଡିବ ନାହିଁ ବୋଲି ମତପ୍ରକାଶ କରିଛନ୍ତି ସ୍ବାସ୍ତ୍ୟ ବିଶେଷଜ୍ଞ।