ସେଲଫି ନିଶାରେ ଖସିପଡିଲେ ୨୦୦ ଫୁଟ ତଳକୁ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପୂର୍ବରୁ ସେଲଫି ନେବା ସମୟରେ ଅନେକ ଅଘଟଣ ର ନଜିର ରହିଥିଲେ ମଧ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସେଲଫି ନେବାକୁ ପଛାଉ ନାହଁନ୍ତି ଯୁବପଢି । ନିଜ ଜବନକୁ ବାଜି ଲଗାଇ ନେଉଛନ୍ତି ସେଲଫି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଥିରେକି ସେଲଫି ନିଶାରେ ଜଣେ ୨୦୦ଫୁଟ ତଳକୁ ଖସି ପଡିଛନ୍ତି । ମାତ୍ର ସୌଭାଗ୍ୟ ବଶତଃ ବଞ୍ଚିଯାଇଛନ୍ତି ଯୁବକ ଜଣକ ।

ସୂଚନା ଅନୁଯାୟୀ, ବରଗଡ ଜିଲ୍ଲା ଭଟଲି ଥାନା ଅଧିନସ୍ଥ ବାରପାହାଡ ଜଙ୍ଗଲ ମଧ୍ୟରେ ଥିବା ନାଲିଚୁଆଁ ଜଳପ୍ରପାତ ନିକଟକୁ ବିକାଶ ଡିପ୍ଲୋମା କଲେଜର କିଛି ଛାତ୍ର ପିକନିକ କରିବା ପାଇଁ ଆସିଥିଲେ । ରାହୁଲ ଦାସ ନାମକ ଜଣେ ଛାତ୍ର ସେଲଫି ନେବା ପାଇଁ ମୋବାଇଲ ଧରି ଯାଉଥିବା ସମୟରେ ତାଙ୍କ ଗୋଡ ଖସିଯାଇଥିଲା ଓ ସେ ୨୦୦ ଫୁଟ ତଳକୁ ଖସି ପଡ଼ିଥିଲେ । ଏହି ସମୟରେ ଅନ୍ୟଜଣେ ଛାତ୍ର ମୋବାଇଲରେ ଭିଡ଼ିଓ ସୁଟ କରୁଥିଲେ । ଉକ୍ତ ଛାତ୍ରର ମୋବାଇଲ ରେ ରାହୁଲ ପାହାଡ ଉପରୁ ଖସିବା ଦୃଶ୍ୟ ମଧ୍ୟ ସୁଟ ହୋଇଯାଇଥିଲା । ସୌଭାଗ୍ୟ ବଶତଃ ରାହୁଲଙ୍କ ଜୀବନ ବଂଚିଯାଇଥିଲା । ମାତ୍ର ସେ ଗୁରୁତର ଆହତ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।

Leave a comment