ଆସନ୍ତା କାଲି ବନ୍ଦ ରହିବ ୧୦ ଲକ୍ଷ ଔଷଧ ଦୋକାନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା ୨୮:୦୯:୨୦୧୮ ଅଖିଳ ଭାରତୀୟ ଔଷଧ ମହାସଂଘ ଡ଼ାକିଥିବା ବନ୍ଦ ଡାକରାକୁ ସମର୍ଥନ କରି ରାଜ୍ୟର ୨୨ ହଜାର ଔଷଧ ଦୋକାନୀ ଇ-ଫାର୍ମାସି ଓ ଅନଲାଇନ ଔଷଧ ବିକ୍ରି ପ୍ରକ୍ରିୟାକୁ ବିରୁଦ୍ଧ କରି ସମସ୍ତ ଦୋକାନ ୨୪ ଘଣ୍ଟିଆ ବନ୍ଦ ରଖିବାକୁ ଉତ୍କଳ କେମେଷ୍ଟ୍ରି ଓ ଡ୍ରଗିଷ୍ଠି ଆସୋସିଏସନ ତରଫରୁ ନିଷ୍ପତ୍ତି ନିଆଯାଇଥିବା ଗତକାଲି ଏକ ସମ୍ବାଦିକ ସମ୍ବିଳନୀରେ ସୂଚନା ଦିଆଯାଇଛି ।

ସଂଘର କହିବା ଅନୁଯାଇ ଅନଲାଇନ ବ୍ୟବସାୟ କେବଳ ବ୍ୟବସାୟିକ ଦୃଷ୍ଟି କୋଣରୁ ନୁହେଁ ବରଂ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଉପରେ ଏହାର ପ୍ରଭାବ ଅନେକ ମାତ୍ରାରେ ପଡିବ ଏବଂ ଆଗାମୀ ପିଢ଼ି ଏଥିରେ ଅଧିକ କ୍ଷତିଗ୍ରସ୍ତ ହେବେ ।

ରାଜ୍ୟ ସଂଘର ସମ୍ପାଦକ ଓ ସଭାପତିଙ୍କ କହିବାନୁଯାୟୀ ବାରମ୍ବାର ଅଖିଳଭାରତୀୟ ମହାସଂଘ ଏ ପ୍ରକ୍ରିୟାକୁ ବନ୍ଦକରିବାକୁ କେନ୍ଦ୍ର ସରକାରଙ୍କୁ ଅଭିଯୋଗ କରିବା ସହ ସ୍ମାରକପତ୍ର ଦେବା ସତ୍ୱେ ସରକାର ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବାରୁ ସଂଘ ଦ୍ଵିତୀୟ ଥର ପାଇଁ ଏପରି ପଦକ୍ଷପ ନେବାକୁ ବାଧ୍ୟ ହୋଇଛି ।

ଏହି ଅନଲାଇନ ବଡ ବ୍ୟବସାୟୀମାନେ କେନ୍ଦ୍ରସରକାରଙ୍କ ଔଷଧବିତରଣି ଆଇନକୁ ଖୋଲାଖୋଲି ଉଲଂଘନ କରିଚାଲିଛନ୍ତି । ଅନଲାଇନ ଓ ସୋସିଆଲ ମିଡିଆରେ ବିଜ୍ଞାପନ ସହ ପ୍ରଚାର ପ୍ରସାର ଖୁବ ଯୋରରେ ଚଳାଇ ଲୋକଙ୍କ ଜୀବନ ସହ ଖେଳ ଖେଳୁଛନ୍ତି । ସରକାରଙ୍କ ଏହି ନିଷ୍କ୍ରିୟତାକୁ ସର୍ବଭାରତୀୟ ସ୍ତରରେ ଥିବା ୧୦ ଲକ୍ଷ ଔଷଧ ବ୍ୟବସାୟୀଙ୍କୁ ଆନ୍ଦୋଳିତ କରିଛି ଯାହାଫଳରେ ସଂଘ ରାସ୍ତାକୁ ଓଲ୍ହାଇବାକୁ ନିଷ୍ପତ୍ତି ନେଇଛି । ଅଖିଳଭାରତୀୟ କହିବାନୁଯାୟୀ ଯଦି ଆଗମୀଦିନରେ ସରକାର ଏଥିପ୍ରତି କୌଣସି ଦୃଷ୍ଟି ନଦିଅନ୍ତି ତେବେ ସଂଘ ଅନିଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ ରଖିବାକୁ ପଛାଇବନି ବୋଲି ଚେତାବନୀ ଦେଇଛି । ଏହି ବନ୍ଦ ଦ୍ଵାରା ପ୍ରଭାବିତ ଜନସାଧାରଣ କଷ୍ଠ ପାଇଁ ମଧ୍ୟ ଦୁଃଖ ପ୍ରକାଶ କରିଛି ।

ପ୍ରତିକାର ସରୂପ ଜରୁରୀକାଳୀନ ସେବା ଯୋଗାଇଦେବାକୁ ସରକାରୀ ଓ ବେସରକାରୀ ଡାକ୍ତରଖାନା ଭିତରେଥିବା ଔଷଧ ଦୋକାନ ଗୁଡିକୁ ଖୋଲା ରଖିବାକୁ ସଂଘ ତରଫରୁ ନିର୍ଦ୍ଦେଶ ଦିଆଯାଇଛି ।

ସବୁଠାରୁ ଆଶ୍ଚର୍ଯ୍ୟ ଜନକ କଥା କେନ୍ଦ୍ର ସରକାରଙ୍କ ଡ୍ରଗ ପ୍ରାଇସ କଣ୍ଟ୍ରୋଲ ନିୟମ ଅନୁଯାଇ ଖୁଚୁରା ବ୍ୟବସାୟୀଙ୍କ ଲାଭାଂଶ ୧୮% ପାଇକିରାଏ ବ୍ୟବସାୟୀଙ୍କର ୧୦% ସ୍ଥିର ହୋଇଥିବାବେଳେ ସେମାନେ କିପରି ୩୦% ରୁ ୫୦ % ପର୍ଯନ୍ତ ରିହାତି ଯୋଗାଉଛନ୍ତି ଯାହାକି ଔଷଧର ମାନଦଣ୍ଡ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ଏହି ଅନଲାଇନ ବ୍ୟବସାୟୀ ଦ୍ଵାରା ୧୦ ଲକ୍ଷ ବ୍ୟବସାୟୀ, ତାଙ୍କ ପରିବାର, କର୍ମଚାରୀ ବୃନ୍ଦଙ୍କୁ ମିଶାଇ ପ୍ରାୟ ଏକ କୋଟି ପରିବାରର ଭବିଷ୍ୟତ ଅନ୍ଧକାର ଭିତରକୁ ଠେଲି ହୋଇଯାଉଛି ଯେଉଁଥିପାଇଁ କେନ୍ଦ୍ରସରକାରଙ୍କ ବିରୋଧରେ ଔଷଧ ବ୍ୟବସାୟୀ ଓ କର୍ମଚାରୀଙ୍କ ପରିବାର ମାନଙ୍କ ମନରେ କ୍ରୋଧ ଦାନାବାନ୍ଧିବାରେ ଲାଗିଛି ଅଗାମୀଦିନରେ ଏଥିପ୍ରତି ସରକାର ଦୃଷ୍ଟି ନଦେଲେ
ଗମ୍ଭୀର ପରିଣାମ ଭୋଗିବେ ବୋଲି ସଂଘ ଚେତାବନୀ ଦେଇଛି ।

ଏହି ସାମ୍ବାଦିକ ସମ୍ବିଳନୀ ରେ ସଭାପତି ପି ସତ୍ୟ ନାରାୟଣ, ସମ୍ପାଦକ ଶ୍ରୀ ବନୋଜ ଜେନା, (ପି.ଆର.ଓ) ଶ୍ରୀ ପ୍ରଗତି ରଞ୍ଜନ ମହାନ୍ତି ଉଦବୋଧନ ଦେଇଥିଲେ ଏବଂ ବରିଷ୍ଠ ସଭ୍ୟ ଶ୍ରୀ ହୂରସିକେଶ ମିଶ୍ର,ପ୍ରଶାନ୍ତ ମହାପାତ୍ର,ଜ୍ଞାନରଞ୍ଜନ ମହାନ୍ତି ଓ ଶ୍ରୀ ଗିରିଜା ପ୍ରସାଦ ରଥ ଉପସ୍ଥିତ ଥିଲେ ।

Leave a comment