ବିମାନ ଦୁର୍ଘଟଣାରେ ନାଇଜେରିଆ ସେନାମୁଖ୍ୟଙ୍କ ସହ ୧୦ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବିମାନ ଦୁର୍ଘଟଣାରେ ନାଇଜେରିଆ ସେନାମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ ଇବ୍ରାହୀମ ଅତାହିରୁ ଙ୍କ ମୃତ୍ୟୁ ହୋଇଛି। ଖରାପ ପାଗ ଯୋଗୁ ଉତ୍ତର ନାଇଜେରିଆର କାଡୁନା ବିମାନ ବନ୍ଦରରେ ସେନାମୁଖ୍ୟଙ୍କୁ ନେଇ ଯାଉଥିବା ବିମାନଟି ଜରୁରି ଅବତରଣ କାଳରେ ଦୁର୍ଘଟଣା ଘଟିଛି। ଏହି ବିମାନରେ ଅତାହିରୁଙ୍କ ସମେତ ଅନ୍ୟ ୧୦ ସୈନ୍ୟ ଅଧିକାରୀମଧ୍ୟ ଥିଲେ। ଦୁର୍ଘଟଣାରେ ସମସ୍ତଙ୍କର ମୃତ୍ୟୁ ହୋଇଛି।

ସୂଚନାଯୋଗ୍ୟ, ଦେଶରେ ଜାରି ବୋକୋ ହରାମ ଆତଙ୍କବାଦର ମୁକାବିଲା ଲାଗି ରାଷ୍ଟ୍ରପତି ମହମ୍ମଦ ବୁହାରୀ ଗତ ଜାନୁୟାରୀରେ ପୂର୍ବତନ ସେନାମୁଖ୍ୟଙ୍କୁ ପଦରୁ ହଟାଇ ଇବ୍ରାହୀମ ଅତାହିରୁଙ୍କୁ ଅବସ୍ଥାପିତ କରିଥିଲେ।

Leave a comment