ପାଟ୍ରୋଲିଂ ବେଳେ ଗୁଳିମାଡ : ବନ କର୍ମଚାରୀ ମୃତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବଲାଙ୍ଗୀର ଜିଲ୍ଲା ସଇଁତଳା ରେଞ୍ଜ କରମତଲା ଫରେଷ୍ଟ ସର୍କଲ ରେଙ୍ଗାଲବାହାଲ ଚାରି ଛକ ଜଙ୍ଗଲରେ ଜଣେ ବନ କର୍ମଚାରୀ ଙ୍କୁ ଗୁଳିମାଡ ହୋଇଛି। ମୃତକ ଜଣଙ୍କ ହେଉଛନ୍ତି ଯୁଗେଶ୍ବର ବୁଡେକ୍ । ଯୁଗେଶ୍ବରଙ୍କ ଛାତିରେ ଗୁଳି ବାଜି ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ରାତି ୮ଟା ସମୟରେ ବନ ବିଭାଗ ପକ୍ଷରୁ ଫରେଷ୍ଟର ଓ ଜଣେ ପାରା ଗାଡି ପାଟ୍ରୋଲିଂ କରୁଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ବାରହା ମରା ବନ୍ଧୁକରେ ଗୁଳି କରିଥିଲେ । ଫଳରେ ବନକର୍ମଚାରୀ ଯୁଗେଶ୍ବର ବୁଡେକ୍ ଙ୍କର ମୃତ୍ୟୁ ହୋଇଛି । ଏନେଇ ପୋଲିସ ଜଣକୁ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି । ଘଟଣାସ୍ଥଳରେ ବଲାଙ୍ଗୀର ଏସପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Leave a comment