ଆସନ୍ତା ୨୮ ରେ ମିଳିବନାହିଁ ଔଷଧ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସର୍ବଭାରତୀୟ ଔଷଧ ବ୍ୟବସାୟୀ ସଂଗଠନ ଏ.ଆଇ.ଓ.ସି.ଡ଼ିର ଆହ୍ୱାନ କ୍ରମେ ଆସନ୍ତା ୨୮ ତାରିଖର ଶୁକ୍ରବାର ଦିନ ଓଡ଼ିଶା ପ୍ରଦେଶର ସମସ୍ତ ଔଷଧ ବ୍ୟବସାୟୀମାନେ ଇ-ଫାର୍ମାସୀ ପ୍ରସ୍ତାବକୁ ବରୋଧ କରି ବନ୍ଦରେ ସାମିଲ ହେବେ ।

କେନ୍ଦ୍ର ସରକାରଙ୍କ ଦ୍ବାରା ଏହି ଔଷଧ ବ୍ୟବସାୟ ମାରଣ ନୀତି ଯୋଗୁଁ ଭାରତର ଔଷଧ ବ୍ୟବସାୟ ରେ ସାମିଲ ଥିବା ୮ ଲକ୍ଷ ବ୍ୟବସାୟୀ ଏହି ବନ୍ଦରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ଓଡ଼ିଶାର ପ୍ରାୟ ୧୫୦୦୦ ବ୍ୟବସାୟୀ ଏହି ୨୪ଘଣ୍ଟିଆ ବନ୍ଦରେ ସାମିଲ ଅଛନ୍ତି । ଇ-ଫାର୍ମାସୀ ଓ ଅନଲାଇନ ଔଷଧ ବ୍ୟବସାୟ ହେଲେ ଠିକ ସମୟରେ ରୋଗୀଙ୍କ ପାଖରେ ଔଷଧ ପହଞ୍ଚି ପାରିବ ନାହିଁ । ଔଷଧର ମାନ ମଧ୍ୟ ପରୀକ୍ଷା କରି ହେବନାହିଁ । ଏହା ଦ୍ୱାରା ଜଣେ ବ୍ୟକ୍ତି ଇ-ପ୍ରେସକ୍ରିପସନ ତିଆରି କରି ନିଶା ଔଷଧ ମଗାଇ ପାରିବ କାରଣ ଏଥିରେ କୌଣସି କଟକଣା ନାହିଁ । ଟିଭି, ଖବର କାଗଜ ଓ ସୋସିଆଲ ମିଡିଆରେ ଇ-ଫାର୍ମାସୀ ସଂସ୍ଥାମନେ ମିଥ୍ଯା ପ୍ରଚାର କରି ସାଧାରଣ ଜନତାଙ୍କୁ ଖର୍ଚ୍ଚାନ୍ତ ହେବାକୁ ପଡ଼ିବ ।

ଔଷଧ ବ୍ୟବସାୟ ପ୍ରଭାବିତ ହେଲେ ଏଥିରେ ନିର୍ଭର କରୁଥିବା ଦୋକାନୀ, ଦୋକାନରେ କାର୍ଯ୍ୟ କରୁଥିବା କର୍ମଚାରୀ ତାଙ୍କ ଜୀବିକା ହରାଇବେ ଯାହାଦ୍ୱାରା ସେମାନଙ୍କ ପରିବାର ପୋଷଣ କରିବାର କ୍ଷମତା ସେମାନେ ହରାଇବେ । ଯାହାର ଫଳ ସ୍ୱରୂପ ଲକ୍ଷ ଲକ୍ଷ ପରିବାରଙ୍କ ଅବସ୍ଥା ଶୋଚନୀୟ ହୋଇଯିବ ।

ବିକଶିତ ଦେଶମାନଙ୍କରେ ଇ-ଫାର୍ମାସୀ ଓ ଅନଲାଇନ ଔଷଧ ବ୍ୟବସାୟ ରେ ମଧ୍ୟ ପ୍ରାଭଧାନ ଲଗା ଯାଇଥିବା ନଜିର ରହିଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଇ-ଫାର୍ମାସୀ ଡ୍ରାଫଟ ରୁଲରେ ଔଷଧ ବ୍ୟବସାୟୀମାନେ କରୁଥିବା ଅଭିଯୋଗକୁ ସ୍ଥାନିତ କରିବା ପାଇଁ ଦାବି କରାଯାଉଛି ।

Leave a comment