ଆସନ୍ତା କାଲି ଓଡ଼ିଶା ଆସିବେ ନରେନ୍ଦ୍ର ମୋଦି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡିଶା ଗ୍ରସ୍ତରେ ଆସିବେ । ଏହି ଗ୍ରସ୍ତରେ ପ୍ରଧାନମନ୍ତ୍ରୀଙ୍କର ୫ଟି ପ୍ରକଳ୍ପର ଉଦଘାଟନ ଓ ଗୋଟିଏ ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ତାଳଚେର ସାର କାରଖାନାର ପୁନରୁଦ୍ଧାର ପାଇଁ ଶିଳାନ୍ୟାସ କରିବେ । ସେହିପରି ଏନଟିପିସିର ଡୁଲାଙ୍ଗ ଖଣି, ମହାନଦୀ କୋଲଫିଲ୍ଡସ ଲିମିଟେଡ୍ (ଏମସିଏଲ)ର ଝାରସୁଗୁଡ଼ା-ସେରଡ଼େଗା ୫୩.୧ କିଲୋମିଟର ରେଳ ଲାଇନ ଓ ଗର୍ଜନବାହାଲ ଖଣି ଏବଂ ଝାରସୁଗୁଡ଼ା ବିମାନ ବନ୍ଦରକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବାର କାର୍ଯ୍ୟକ୍ରମ ରହିଛି । ଝାରସୁଗୁଡ଼ା ବିମାନ ବନ୍ଦରରୁ ଉଡ଼ାନ ସେବାର ଶୁଭାରମ୍ଭ ମଧ୍ୟ କରିବେ।
ଏକ ସାମ୍ବାଦିକ ସମ୍ମିଳନୀରେ ତାଳଚେର ଫର୍ଟିଲାଇଜର୍ସ ଲିମିଟେଡ, ଏମସିଏଲ,ଏନଟିପିସି ଓ ଭାରତୀୟ ବିମାନବନ୍ଦର କର୍ତୃପକ୍ଷଙ୍କ ତରଫରୁ ଏହି ସୂଚନା ପ୍ରଦାନ କରାଯାଇଛି । ଏହି ସମ୍ବିଳନୀ ରେ ତାଳଚେର ଫର୍ଟିଲାଇଜର୍ ଲିମିଟେଡର ଅଧ୍ୟକ୍ଷ ୟୁ ଭି ଧତ୍ରକ, ଏମସିଏଲର ନିର୍ଦେଶକ (ଅପରେସନ) ଜେ ପି ସିଂହ, ଏନ୍ଟିପିସିର ଆଞ୍ଚଳିକ ନିର୍ବାହୀ ନିର୍ଦେଶକ ଏନ୍ଟିପିସିର ଆଞ୍ଚଳିକ ନିର୍ବାହୀ ନିର୍ଦେଶକ ଉପସ୍ଥିତ ଥିଲେ ।