ଉଦଘାଟନର ୨୪ ଘଣ୍ଟା ମଧ୍ୟରେ ପତଞ୍ଜଳି କୋଭିଡ୍ କେୟାର୍ ହସ୍ପିଟାଲରେ ମହିଳାଙ୍କୁ ମୃତ୍ୟୁ: ହସ୍ପିଟାଲର ଅବ୍ୟବସ୍ଥା ନେଇ ଅଭିଯୋଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଉତ୍ତରାଖଣ୍ଡ ହରିଦ୍ୱାରରେ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାବତ ଓ ରାମଦେବ ବାବା ମଙ୍ଗଳବାର ଦିନ ୧୫୦ ବେଡ୍ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ଉଦଘାଟନ କରିଥିଲେ। ଉଦଘାଟନର ୨୪ ଘଣ୍ଟା ମଧ୍ୟରେ କୋଭିଡ୍ କେୟାର୍ ସେଣ୍ଟରର ଅବ୍ୟବସ୍ଥା ସାମ୍ନାକୁ ଆସିଛି। ହସ୍ପିଟାଲରେ ଭର୍ତ୍ତି ଥିବା ଜଣେ ମହିଳାଙ୍କର କରୋନାରେ ମୃତ୍ୟୁ ହୋଇଛି।

ହସ୍ପିଟାଲର ଅବ୍ୟବସ୍ଥା ଯୋଗୁଁ ମହିଳାଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପୁଅ ଆରୋପ ଲଗାଇଛନ୍ତି। ସେ କହିଛନ୍ତି ଯେ ଟଙ୍କା ମା’ଙ୍କୁ ଭେଣ୍ଟିଲେଟରରେ ଦରକାର ଥିଲା। କିନ୍ତୁ ଉଦଘାଟନ ପରେ ଭେଣ୍ଟିଲେଟର ଉପଲବ୍ଧ ନଥିବା କହି ମହିଳାଙ୍କୁ ଅନ୍ୟ ହସ୍ପିଟାଲକୁ ନେଇଯିବାକୁ କୁହାଯାଇଥିଲା। ମହିଳାଙ୍କ ପୁଅ ବହୁତ ଅନୁରୋଧ କରିବା ସତ୍ତ୍ୱେ ତାଙ୍କ ମା’ଙ୍କୁ ଭେଣ୍ଟିଲେଟରରେ ରଖାଯାଇନଥିଲା ବୋଲି ସେ କହିଛନ୍ତି। ଏପରିକି ମା’ଙ୍କ ମୃତ୍ୟୁ ସମ୍ପର୍କରେ କିଛି କୁହାଯାଇନଥିଲା।

ସୂଚନାଯୋଗ୍ୟ ଯେ, ଉତ୍ତରାଖଣ୍ଡ ସରକାର ଓ ପତଞ୍ଜଳି ଯୋଗପୀଠ ମିଶି ୧୫୦ ବେଡ଼ ବିଶିଷ୍ଟ କୋଭିଡ କେୟାର ହସ୍ପିଟାଲ ସଞ୍ଚାଳନ କରୁଛନ୍ତି। ସୋମବାର ଦିନ ମୁଖ୍ୟମନ୍ତ୍ରୀ ଓ ବାବା ରାମଦେବ ହସ୍ପିଟାଲ ଉଦଘାଟନ କରିଥିଲେ। ହସ୍ପିଟାଲରେ ଔଷଧ, ନର୍ସିଙ୍ଗ ଷ୍ଟାଫ, ରୋଗୀ ଓ ଷ୍ଟାଫଙ୍କ ପାଇଁ ଭୋଜନ ଆଦି ବ୍ୟବସ୍ଥା ଉପଲବ୍ଧ କରାଯିବ ବୋଲି କୁହାଯାଇଥିଲା।

Leave a comment