ପିଆଜ କିଲୋ ପିଛା ୫ ଟଙ୍କା କଷୁଛନ୍ତି ଦୋକାନୀ, ସେପଟେ ଟ୍ଵିଟ୍ କରି ଘରେ ବସିଗଲେ ଯୋଗାଣ ମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଲକଡାଉନ ଆରମ୍ଭ ହେଉ ହେଉ ବଢ଼ିଲା ଦରଦାମ। ବଜାରରୁ ଆଳୁ ପିଆଜ ଗାଏବ। ଆଳୁ ପିଆଜ କିଲୋପ୍ରତି ୫ ଟଙ୍କା ବଢ଼ିଛି। । ବଜାରରେ କୃତ୍ରିମ ଅଭାବ ସୃଷ୍ଟି କରି ଏବେ ବେପାରୀ ମାଲମାଲ ହେଉଛନ୍ତି। କିନ୍ତୁ ଏପେଟ ବେପାରୀଙ୍କୁ ପଚାରିଲେ ଅଯବ ଯୁକ୍ତି ବାଢ଼ୁଛନ୍ତି। ସରକାରଙ୍କୁ ଦୋଷ ଦେବା ସହିତ କମ ସମୟ ଖୋଲିବାକୁ ଅନୁମତି ଦେଇଥିବାରୁ ଦରଦାମ ବଢ଼ିଛି। ଏପେଟ ଦରଦାମ ବଢ଼ି ଗ୍ରାହକ ଶୋଷଣ ହେଲେଣି କିନ୍ତୁ ଯୋଗାଣ ମନ୍ତ୍ରୀ ଖାଲି ଟୁଇଟ କରି ଘରେ ବସିଛନ୍ତି। ଆଜି ଲକ ଡାଉନ ଅରମ୍ଭ ହେଉହେଉ ମାର୍କେଟରୁ ଆଳୁ ପିଆଜ ଗାଏବ ହୋଇଯାଇଛି । ଯେଉଁ ଆଳୁ ଗତକାଲି କିଲୋ ପିଛା ୧୭ ଟଙ୍କାରେ ବିକ୍ରି ହେଉଥିଲା ଆଜି ୫ରୁ ୬ ଟଙ୍କା ବଢ଼ିଛି ତ କେଉଁଠି ୨୨ ତ କେଉଁଠି ୨୫ ଟଙ୍କାରେ ବିକ୍ରି ହେଉଛି । ସେହିପରି ପିଆଜ କିଲୋ ଗତ କାଲି ୨୦ ଟଙ୍କା ଥିବାବେଳେ ଆଜି କିଲୋପିଛା ୨୫ରୁ ୩୦ ଟଙ୍କା ରେ ବିକ୍ରି ହେଉଥିବା ଦେଖିବାକୁ ମିଳିଛି । ଆଳୁ, ପିଆଜ ହୋଡିଂ କରାଯାଇଥିବାରୁ ଏହାର ଅଭାବ ମାର୍କେଟରେ ଦେଖିବାକୁ ମିଳିଛି । ଆଉ ଏହାର ପ୍ରଭାବ ସିଧା ପଡିଛି ସାଧାରଣ ଖାଉଟିର ପକେଟରେ।
ଲକଡାଉନ ପୂର୍ବରୁ ମାର୍କେଟରେ ସବୁ ପର୍ଯ୍ୟାପ୍ତ ଥିଲା ଆଉ ଠିକଠାକ୍ ଚାଲିଥିଲା । ହେଲେ ଲକଡାଉନ ଆରମ୍ଭ ହେଉ ହେଉ ସବୁ ଅଭାବ ହୋଇଗଲା। ଲକ ଡାଉନରେ ଅତ୍ୟାବଶ୍ୟକୀୟ ଦ୍ରବ୍ୟର ପରିବହନରେ କୌଣସି କଟକଣା ନାହିଁ । ଅତ୍ୟାବଶ୍ୟକୀୟ ସମାଗ୍ରୀ ବିକିବା ପାଇଁ ସକାଳ ୬ରୁ ଦିନ ୧୨ ଟା ପର୍ଯ୍ୟନ୍ତ ଦୋକାନ ବଜାର ଖୋଲା ରହୁଛି । ହେଲେ ବି କିଛି ଅସାଧୁ ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରୁଛନ୍ତି । ସେପଟେ ବ୍ୟବସାୟୀ ମହାସଂଘ ଓ ବ୍ୟବସାୟୀଙ୍କ ଯୁକ୍ତି ଠିକରେ ଜିନିଷ ଆସିପାରୁନି । ଆଉ ବିକ୍ରି ପାଇଁ ସମୟ କମ ମିଳିଛି ତେଣୁ ଦର ବଢ଼ୁଛି। ଏଥିପାଇଁ ସରକାର ଦାୟୀ । ଏପେଟ ବିଭାଗୀୟ ମନ୍ତ୍ରୀଙ୍କ ଟୁଇଟ୍ ଯେ, ବଜାରରେ ଅତ୍ୟାବଶ୍ୟକୀୟ ସାମଗ୍ରୀ ଯଥେଷ୍ଟ ପରିମାଣରେ ଉପଲବ୍ଧ ଅଛି। ଏହା ଉପରେ ଆମେ ସ୍ବତନ୍ତ୍ର ନଜର ରଖିଛୁ ।
ଲାକ ଡାଉନ ହେଉହେଉ ସାଧରଣ ଲୋକଙ୍କ ଦୁର୍ଦ୍ଦଶା ଆରମ୍ଭ ହୋଇଗଲାଣି । ଗୋଟିଏ ପଟେ ହାତରେ କାମ ନାହିଁ, ଏପଟେ ଦରଦାମ ବୃଦ୍ଧି ସାଧରଣ ଲୋକଙ୍କ ପାଇଁ ବୋଝ ଉପରେ ନଳିତା ବିଡା ସଜିଛି।

Leave a comment