ଡାକ୍ତରଙ୍କ ସନ୍ଦେହ ଜନକ ମୃତ୍ୟୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ଶ୍ରୀବିହାର ଅଞ୍ଚଳର ଏକ ଭଡାଘରୁ ଡାକ୍ତରାଣୀଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ମହିଳାଙ୍କ ନାଁ ମାନସ୍ୱିନୀ ବାରିକ(୨୬) । ମାନସ୍ୱିନୀ ଜଣେ ହୋମିଓପାଥି ହାକ୍ତର ଥିଲେ । ତେବେ ପାରିପାର୍ଶ୍ବିକ ସ୍ଥିତିରୁ ଆତ୍ମହତ୍ୟା ଜଣା ପଡୁଥିଲେ ମଧ୍ୟ ପରିବାର ଲୋକେ ଏହାକୁ ଖଣ୍ଡନ କରଛନ୍ତି । ମାନସ୍ୱିନୀଙ୍କର କିପରି ମୃତ୍ୟୁ ହେଲା ଓ ଏହା ପଛରେ କାହାର ହାତ ଅଛି ସେନେଇ ପୁଲିସ ତଦନ୍ତ ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ପଶ୍ଚିମ ଓଡ଼ିଶା ମାନସ୍ୱିନୀ ବାରିକ(୨୬) ଶ୍ରୀବିହାର ଅଞ୍ଚଳର ପ୍ଲଟ ନମ୍ବର (୭୩୪/୧୬୬୪) ରେ ଭଡ଼ାରେ ରହି ଆସୁଥିଲେ । ମାନସ୍ୱିନୀ ଭୁବନେଶ୍ୱରର କେୟାର ହସ୍ପିଟାଲରେ କାମ କରୁଥିଲେ । ସବୁଦିନ ପରି ଆଜି ମଧ୍ୟ ହସ୍ପିଟାଲ ଗାଡି ତାଙ୍କୁ ନେବାକୁ ଘର ସାମ୍ନାକୁ ଆସିଥିଲା । ମାତ୍ର ମାନସ୍ୱିନୀ କବାଟ ନ ଖୋଲିବାରୁ ଗାଡି ଫେରିଯାଇଥିଲା । ଘରର କବାଟ ଭିତରୁ ଦିଆଯାଇଥିବା ବେଳେ ଡାକ୍ତର ବାରିକ କବାଟ ନ ଖୋଲିବାରୁ ଡ଼ାକ୍ତରଖାନାର ଅନ୍ୟ କର୍ମଚାରମାନେ ଏ ସମ୍ପର୍କରେ ଅନୁସନ୍ଧାନ ପାଇଁ ପୁଣି ଥରେ ତାଙ୍କ ଭଡ଼ାଘରକୁ ଯାଇଥିଲେ । ଝରକା ବାଟେ ଦେଖିବାରୁ ସେ ବେଡ୍ ଉପରେ ପଡ଼ିଥିବା ଦେଖିବାକୁ ପାଇବା ପରେ ଚନ୍ଦ୍ରଶେଖରପୁର ଥାନା ପୁଲିସକୁ ଖବର ଦେଇଥଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି କବାଟ ଭାଙ୍ଗି ଭିତରେ ପଶିଥିଲେ । ସେଠାରେ ଡା. ମାନସ୍ୱିନୀଙ୍କ ମୃତଦେହ ପଡ଼ିଥିବା ଦେଖି ଏହାକୁ ଜବତ କରି ବ୍ୟବଛେଦ ପାଇଁ କ୍ୟାପିଯାଲ ହସ୍ପିଟାଲକୁ ପଠାଇଥିଲେ । ଘଟଣାସ୍ଥଳରୁ ପୁଲିସ ଏକଇଞ୍ଜେକ୍ସନ ସିରିଞ୍ଜ ଜବତ କରିଛି।
ତାଙ୍କୁ କେହି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି । ସେମାନେ କହିଛନ୍ତି, ମାନସ୍ୱିନୀଙ୍କ ମୃତ୍ୟୁ ପଛରେ କିଛି ରହସ୍ୟ ରହିଛି । ତାଙ୍କ ପରିବାର ଲୋକଙ୍କ କହିବା ମୁତାବକ ମାନସ୍ୱିନୀ କୌଣସି ଚାପରେ ନଥିଲେ । ତେଣୁ ଆତ୍ମହତ୍ୟାର ପ୍ରଶ୍ନ ଉଠୁନାହିଁ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି । ତେବେ ପୋଲିସ ଘଟଣାର ତଦନ୍ତ ଚଳାଇଛି ।