ବାର୍ହା ଜବତ: ୪ ଅଭିଯୁକ୍ତ ଗିରଫ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗକୁ ମିଳିଛି ଏକ ବଡ଼ ସଫଳତା। ନୂଆପଡା ଜିଲ୍ଲା ସିନାପାଲି ବନ ବିଭାଗ ବାର୍ହା ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଶରଧାପୁର ଗ୍ରାମର ନିରନ ଘିଭେଲା (୫୦) ଭାସ୍କର ରାଉତ (୩୬) ନିଲାକର ଘିଭେଲା (୨୭) ଓ ଦୟା ଘିଭେଲା (୪୫) ବୋଲି ଜଣାପଡ଼ିଛି।

ସିନାପାଲି ବନାଞ୍ଚଳ ଅଧିକାରୀ ବିମଲ ପ୍ରକାଶ ଟୋକନୋ ଙ୍କ ସୂଚନା ଅନୁସାରେ ବୁଧବାର ସନ୍ଧ୍ୟାରେ ସିନାପାଲି ବ୍ଲକ ଘଣ୍ଟିଗୁଡ଼ା ଗ୍ରାମ ପଞ୍ଚାୟତ ସରଧାପୁର ଗ୍ରାମର ପ୍ରଧାନି ପିଆରଏଫ ଜଙ୍ଗଲରେ କିଛି ଲୋକ ବାର୍ହା ଶିକାର କରୁଥିବା ବିଶେଷ ସୂତ୍ରରୁ ଜଣାପଡିଥିଲା। ବନ ବିଭାଗ ପକ୍ଷରୁ ରେଞ୍ଜର ଶ୍ରୀ ଟୋକନୋ, ଫରେଷ୍ଟର ଖଗେଶ୍ୱର ମାଝି ସମେତ ପୁରୁଷୋତ୍ତମ ନାଗ, କାହ୍ନାରାମ ନାଏକ ଓ ଅନ୍ୟାନ୍ୟ କର୍ମଚାରୀ ଚଢ଼ାଉ କରି ବାର୍ହା ଜବତ କରିବା ସହ ୪ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲେ।

Leave a comment

You cannot copy content of this page