ଓଡ଼ିଶାରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୩.୨

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡା ଜିଲ୍ଲାରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଭୋର ୪ ଟାରେ ରାୟଗଡା ସହର, ଜେକେପୁର ଅଞ୍ଚଳ, ଥେରୁବାଲି ଏବଂ କଲ୍ୟାଣସିଂପୁର ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୨ ରହିଛି। ଫଳରେ ଏକ ବଡ ଧରଣର ଶବ୍ଦ ସହ ସାମାନ୍ୟ ଝଟକା ଅନୁଭୂତ ହୋଇଛି।
ମେଟ୍ରୋଲୋଜିକାଲ ସେଣ୍ଟର ତଥ୍ୟ ଅନୁଯାୟୀ ରାୟଗଡା ସହର ଭୂମିକମ୍ପର କେନ୍ଦ୍ର ଥିବା ବେଳେ ୧୦ କିଲୋମିଟର ଭୂମି ଭିତରେ ଭୂଚଳନ ହୋଇଥିବା ଜଣାପଡିଛି।