ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପଙ୍କ ୯୯ ବର୍ଷରେ ନିଧନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ବ୍ରିଟେନ ମହାରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ସ୍ୱାମୀ ପ୍ରିନ୍ସ ଫିଲିପ ୯୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି। ଏସମ୍ପର୍କରେ ଦି ରୟାଲ ଫ୍ୟାମିଲ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ଫିଲିପ ହୃଦୟ ସମ୍ବନ୍ଧୀୟ ଏକ ରୋଗରେ ପୀଡ଼ିତ ଥିଲେ। ଗତ ମାସରେ ଲଣ୍ଡନର ଏକ ହସ୍ପିଟାଲରେ ତାଙ୍କର ସଫଳ ଅସ୍ତ୍ରୋପ୍ରଚାର କରାଯାଇଥିଲା। ୯୯ ବର୍ଷୀୟ ଫିଲିପଙ୍କୁ ୧୬ ଦିନ ହସ୍ପିଟାଲରେ ରହିବାକୁ ପଡ଼ିଥିଲା।
ସୂଚନାଯୋଗ୍ୟ, ପ୍ରିନ୍ସ ଫିଲିପ ୧୯୨୧ ମସିହା ଜୁନ୍ ୧୦ ତାରିଖରେ କୋର୍ଫୁର ଗ୍ରୀକ ଦ୍ୱୀପରେ ଜନ୍ମଲାଭ କରିଥିଲେ। ୧୯୪୭ ମସିହାରେ ଫିଲିପ ଓ ଏଲିଜାବେଥଙ୍କ ବିବାହ ହୋଇଥିଲା।

Leave a comment