ସୋସିଆଲ ମିଡ଼ିଆରେ କିଏ ଅଧିକ ଲୋକପ୍ରିୟ , ଧର୍ମେନ୍ଦ୍ର ନା ସତ୍ୟପ୍ରକାଶ? ପଢନ୍ତୁ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସୋସିଆଲ ମିଡ଼ିଆରେ ଲୋକ ପ୍ରିୟତା: ଧର୍ମେନ୍ଦ୍ରଙ୍କୁ ମାତ୍ ଦେଲେ ସତ୍ୟପ୍ରକାଶ । ସ୍ଥାନ ସମାନ, ତାରିଖ ସମାନ, ପ୍ରସଙ୍ଗ ମଧ୍ୟ ସମାନ, ଟେଲିକାଷ୍ଟ ପ୍ଲାଟଫର୍ମ ମଧ୍ୟ ଏକା । ହେଲେ ଧରା ପଡିଲା ବିଜେବି ନେତା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ କଂଗ୍ରେସ ମିଡ଼ିଆ ସେଲ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ମଧ୍ୟରୁ କିଏ ଅଧିକ ଲୋକପ୍ରିୟ? ସିସିଆଲ ମିଡ଼ିଆରେ ସତ୍ୟପ୍ରକାଶ – ଧର୍ମେନ୍ଦ୍ର ଙ୍କ ଠାରୁ ଅଧିକ ଲୋକପ୍ରିୟ ।
ସୂଚନା ଅନୁଯାୟୀ, ସ୍ଥାନ ଥିଲା ଲୋୟର ପିଏମଜି ଧାରଣା ସ୍ଥଳ । ତାରିଖ ଥିଲା ୭ ସେପ୍ଟେମ୍ବର ୨୦୧୮ । ପ୍ରସଙ୍ଗ ଥିଲା ଓଡ଼ିଶା ଶିକ୍ଷକ, ଅଧ୍ୟାପକ କର୍ମଚାରୀ ମିଳିତ ମଞ୍ଚର ପ୍ରତିବାଦ ସଭା ।
ପ୍ରଥମେ ଧର୍ମେନ୍ଦ୍ର ନିଜ ସମର୍ଥକଙ୍କ ସହ ଲୋୟର ପିଏମଜି ଧାରଣା ସ୍ଥଳ ରେ ପହଞ୍ଚିଲେ ଓ ଜୋରଦାର ଭାଷଣ ଦେଲେ । ଏହାର କିଛି ଘଣ୍ଟାପରେ ବରିଷ୍ଠ ସାମ୍ବାଦିକ ତଥା କଂଗ୍ରେସ ମୁଖ୍ୟ ମୁଖପାତ୍ର ମଧ୍ୟ ସମାନ ମଞ୍ଚରେ ଭାଷଣ ଦେଲେ ।
ଗୁରୁତ୍ୱପୂର୍ଣ୍ଣ କଥାହେଲା, ଉଭୟଙ୍କର ଭାଷଣ କୁ ଗୋଟିଏ ନିଉଜ ୱେବ ସାଇଟ ପ୍ରସାରଣ କଲା ।ପ୍ରଥମେ ଧର୍ମେନ୍ଦ୍ରଙ୍କ ଭାଷଣ ପୋଷ୍ଟ ହେଲା । ଏହାର ୫ ଘଣ୍ଟା ପରେ ସତ୍ୟପ୍ରକାଶଙ୍କ ଭିଡ଼ିଓ ପୋଷ୍ଟ ହେଲା । ଠିକ ଏହାର ୨୪ ଘଣ୍ଟାପରେ ସତ୍ୟପ୍ରକାଶଙ୍କ ଭିୟୁଅର ୪୧ ହଜାରରୁ ଉର୍ଦ୍ଧ ହୋଇଥିବା ବେଳେ ଧର୍ମେନ୍ଦ୍ରଙ୍କ ଭିୟୁଅର ୩୬ ହଜାର । ଅର୍ଥାତ ସତ୍ୟଙ୍କ ଠାରୁ ୫ହଜାର ପଛରେ ଥିଲେ ଧର୍ମେନ୍ଦ୍ର । ସେହିପରି ବର୍ତ୍ତମାନ ଏହି ଭିୟୁଅର ସଂଖ୍ୟା ଧର୍ମେନ୍ଦ୍ରଙ୍କ ୪୦ ହଜାର ଥିବା ବେଳେ ସତ୍ୟପ୍ରକାଶଙ୍କ ୫୪ହଜାରରେ ପହଁଚିଲାଣି । ଅର୍ଥାତ ବର୍ତ୍ତମାନ ସତ୍ୟପ୍ରକାଶ ଓ ଧର୍ମେନ୍ଦ୍ର ଙ୍କ ଭିୟୁଅର ମଧ୍ୟରେ ପାର୍ଥକ୍ୟ ୧୪ ହଜାରରେ ପହଁଚିଲାଣି । ଏହି ଘଟଣା ପ୍ରକାଶ କରୁଛିଯେ ସିସିଆଲ ମିଡ଼ିଆରେ ଧର୍ମେନ୍ଦ୍ରଙ୍କ ଠାରୁ ଅଧିକ ଲୋକପ୍ରିୟ ସତ୍ୟପ୍ରକାଶ ।