ବଡ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ଯ୍ୟଟକ, ସମୁଦ୍ର ମଝିରେ ବୁଡ଼ିଗଲା ବୋଟ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏକ ଦୁର୍ଘଟଣାରୁ ବର୍ତ୍ତିଗଲେ ୯ ପର୍ଯ୍ୟଟକ । ଗୋପାଳପୁର ସମୁଦ୍ରରେ ଗୁରୁବାର ପ୍ଲେଇଂ ବୋଟ୍ ଓଲଟି ପଡିବା ଫଳରେ ୯ ଜଣ ପର୍ଯ୍ୟଟକ ବୁଡି ଯାଇଥିଲେ । କୋଷ୍ଟ୍ ଗାର୍ଡ ଏବଂ ସ୍ଥାନୀୟ ଲୋକଙ୍କ ସହାୟତାରେ ୯ ପର୍ଯ୍ୟଟକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଗୁରୁବାର ଅପରାହ୍ନରେ ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ ୯ ଜଣ ଉକ୍ତ ରବର ବୋଟ୍‌ରେ ବସି ସମୁଦ୍ର ଭିତରକୁ ଯାଇଥିଲେ । ସମୁଦ୍ରରେ ବୁଲି ଫେରିଲା ବେଳକୁ ଉପକୂଳରୁ ୬୦/୭୦ ମିଟର ଦୂରରେ ବୋଟ୍‌ ଓଲଟି ଯାଇଥିଲା । ଜୋର୍‌ ପବନ ଯୋଗୁଁ ସମୁଦ୍ର ଅଶାନ୍ତ ଥିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟିଥିବା କୁହାଯାଇଛି । ଘଟଣା ଘଟିବା ପରେ ପରେ ସୁରକ୍ଷା ଟିମ୍‌ ସମୁଦ୍ର ଭିତରୁ ସମସ୍ତ ୯ ଜଣଙ୍କୁ ଉଦ୍ଧାର କରିଥିଲା ।

Leave a comment