ଓଲିଉଡ କମେଡି କିଙ୍ଗ ପପୁ ପମପମ ପୁଣି ହସ୍ପିଟାଲରେ !

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଓଲିଉଡ କମେଡି କିଙ୍ଗ ପପୁ ପମପମ ପୁଣିଥରେ ଅସୁସ୍ଥ ହୋଇଛନ୍ତି । ସେ ଦୁଇ ସପ୍ତାହ ହେଲା ଦିଲ୍ଲୀରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏନେଇ ତାଙ୍କ ପରିବାର ପକ୍ଷରୁ କୌଣସି ସୂଚନା ଦିଆଯାଇନାହିଁ ।

ସୂଚନା ଅନୁଯାୟୀ, ଏକ ଫିଲ୍ମ ସୁଟିଂ ପରେ ଅସୁସ୍ଥ ହୋଇପଡିଥିଲେ ପପୁ ପମପମ । ଭୁବନେଶ୍ୱରର ଏକ ହସ୍ପିଟାଲରେ ଚିକିତ୍ସିତ ହେବାପରେ ତାଙ୍କ ସ୍ୱାସ୍ଥ୍ୟବସ୍ଥା ରେ ଉର୍ଣ୍ଣତ୍ତି ନହେବାରୁ ତାଙ୍କୁ ଏୟାର ଆମ୍ବୁଲାନ୍ସ ଯୋଗେ ଦିଲ୍ଲୀ ଏମ୍ସକୁ ନିଆଯାଇଥିଲା । ସେ ପାନକ୍ରିଆସ ସଂକ୍ରମିତ ରୋଗରେ ପୀଡିତ ଥିଲେ । ତାଙ୍କ ବଞ୍ଚିବାର ଆଶା କ୍ଷୀଣ ଥିଲେ ମଧ୍ୟ ଭଗବାନଙ୍କ ଆଶୀର୍ବାଦ ଓ ପ୍ରଂଶସକଙ୍କ ଶୁଭେଚ୍ଛା ଫଳରେ ସେ ମୃତ୍ୟୁକୁ ଜୟ କରିଥିଲେ । ଦୁଇ ମାସ ଧରି ଦିଲ୍ଲୀ ଏମ୍ସ ଚିକିତ୍ସିତ ହେବା ପରେ କିଛି ଦିନ ପୂର୍ବରୁ ପପୁ ସୁସ୍ଥ ହୋଇ ଓଡିଶା ଫେରିଥିଲେ । କିନ୍ତୁ ପୁଣିଥରେ ପପୁଙ୍କ ଅସୁସ୍ଥତା ଖବର ପ୍ରଚାର ହେବାପରେ ତାଙ୍କ ପ୍ରଶଂସକଙ୍କୁ ଗଭୀର ଆଘାତ ଲାଗିଛି । ସେମାନେ ପପୁଙ୍କ ଆରୋଗ୍ୟ କାମନା କରୁଛନ୍ତି ।

Leave a comment