ଆଜି କୋଟିଆରେ ବହୁ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କୋରାପୁଟ ଜିଲ୍ଲାର କୋଟିଆ ଗାଁ କୁ ଆନ୍ଧ୍ର ସରକାର ନିଜ ଅକ୍ତିଆରକୁ ନେବାପରେ ଏଥିରେ ବିଚଳିତ ହୋଇପଡ଼ିଛନ୍ତି ଓଡ଼ିଶା ସରକାର । ଚଳିତମାସ ୧୩ ଓ ୧୭ ତାରିଖରେ କୋଟିଆ ସୀମାନ୍ତ ଗାଁ ତଳଗଞ୍ଜେଇପଦର, ଫାଟୁସିନେରି ଓ ଫଗୁଣସିନେରିରେ ପଞ୍ଚାୟତ ନିର୍ବାଚନ କରିଛନ୍ତି ଆନ୍ଧ୍ର ସରକାର । ଓଡ଼ିଶା ସରକାର କୋଟିଆ ଅଚଂଳରେ ଅନେକ ବିକାଶମୂଳକ କାର୍ଯ୍ୟ କରିଥିଲେ ମଧ୍ୟ ଏହା ସେମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ । ତେଣୁ ଆଜି ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ କୋଟିଆର ଲୋକମାନଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବା ସହ ଅନେକ ବିକାଶମୂଳକ ପ୍ରକଳ୍ପର ଶୁଭାରମ୍ଭ କରିବେ।

Leave a comment