ହୋଟେଲ ରୁ ଯୁବତୀଙ୍କ ମୃତଦେହ ଉଦ୍ଧାର, ପୁରୁଷ ବନ୍ଧୁ ଫେରାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱରର ମଞ୍ଚେଶ୍ୱର ର ଏକ ହୋଟେଲରୁ ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସନ୍ଦେହ କରୁଛି ।
ସୂଚନା ଅନୁଯାୟୀ, ଗତ ୨୨ ତାରିଖରୁ ଜଣେ ଯୁବକ ଓ ଜଣେ ଯୁବତୀ(୨୨) ଭୁବନେଶ୍ୱରର ମଞ୍ଚେଶ୍ୱର ରେ ଥିବା ଏକ ହୋଟେଲରେ ସ୍ୱାମୀ, ସ୍ତ୍ରୀ ପରିଚୟ ଦେଇ ରହିଆସୁଥିଲେ । ହୋଟେଲରେ ଯୁବକ ଦେଇଥିବା ଆଧାର କାର୍ଡ ଅନୁଯାୟୀ ତାଙ୍କ ନାମ ଆଦିତ୍ୟ । ଯୁବକଙ୍କ ଘର ପୁରୀ ଓ ଯୁବତୀଙ୍କ ଘର ଖୋର୍ଦ୍ଧାର ଗୋଡ଼ା ଅଞ୍ଚଳରେ ବୋଲି ଜଣାପଡିଛି । ଆଜି ସକାଳୁ ହୋଟେଲ ହୋଟେଲ କର୍ମଚାରୀ ରୁମ ସଫା କରିବାକୁ ଯାଇ ଯୁବତୀଙ୍କ ମୃତଦେହ ତଳେ ପଡିଥିବା ଦେଖିବାକୁ ପାଇଥିଲେ । ଆଦିତ୍ୟ କେତେବେଳେ କୁଆଡେ ଗଲେ ସେ ସମ୍ୱନ୍ଧରେ କେହିକିଛି ଜାଣି ନଥିବା ହୋଟେଲ କର୍ମଚାରୀ କହୁଛନ୍ତି । ହୋଟେଲ ମ୍ୟାନେଜର ମଞ୍ଚେଶ୍ୱର ପୋଲିସକୁ ଏସମ୍ୱନ୍ଧରେ ଖବର ଦେବାପରେ ପୋଲିସ ଆସି ଶବ ଉଦ୍ଧାର କରିବା ସହ ଯୁବତୀଙ୍କ ଘରକୁ ଖବର ଦେଇଥିବା ଜଣାପଡିଛି । ଯୁବତୀ ଜଣକ ପୂର୍ବରୁ ବିବାହିତା ଓ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି । ଆଦିତ୍ୟ ଦେଇଥିବା ଆଧାର କାର୍ଡ ଫେକ ହୋଇଥାଇପରେ ବୋଲି ପୋଲିସ ଅନୁମାନ କରୁଛି । ହୋଟେଲ ର ସିସି ଟିଭି ଫୁଟେଜ କୁ ଆଧାର କରି ଆଦିତ୍ୟଙ୍କୁ ମଞ୍ଚେଶ୍ୱର ପୋଲିସ ତଲାସ କରୁଛି । ଆଦିତ୍ୟ ମିଳିବା ପରେ ସବୁ ଘଟଣା ସାମ୍ନାକୁ ଆସିବ ବୋଲି ପୋଲିସ କହିଛି ।