ଦୁଇ ପିସ୍ ମାଂସ ପାଇଁ ଆତ୍ମହତ୍ୟା କଲେ ମହିଳା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):କେନ୍ଦୁଝର ଜିଲ୍ଲା ପାଟଣା ଥାନା ବଡ଼ ପାଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଖାଇବା ବେଳେ ଭାଈମାନଙ୍କୁ ମା’ ଅଧିକ ଦୁଇ ପିସ୍ ମାଂସ ଦେଇଦେବାରୁ ରାଗରେ ବେକରେ ଚୁନି ଲଗାଇ ଆତ୍ମହତ୍ୟା କରିଛନ୍ତି ଭଉଣୀ। ମୃତକ ହେଲେ ଗ୍ରାମର ପ୍ରଭାକର ନାଏକଙ୍କ ଝିଅ କୁନି ନାଏକ।
ସୂଚନା ଅନୁସାରେ ପ୍ରଭାକରଙ୍କ ୪ ପୁଅ ୩ ଝିଅ ଥିଲେ। ଆଜି ଘରେ କୁକୁଡ଼ା ମାଂସ ହୋଇଥିଲା। ହସ ଖୁସିରେ ସମସ୍ତେ ଖାଇଥିଲେ। ହେଲେ ମା’ ଭାଇମାନଙ୍କୁ ଅଧିକ ଦୁଇ ପିସ୍ ମାଂସ ଦେଇଦେବାରୁ ରାଗରେ ସାନ ଭଉଣୀ ଆତ୍ମହତ୍ୟା କରିଥିବା ପାଟଣା ପୁଲିସ ପକ୍ଷରୁ ସୂଚନା ମିଳିଛ।ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ କରାଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି। ଏସଆଇ ରଣଜିତ କୁମାର ପଟ୍ଟନାୟକ ଘଟଣାର ତଦନ୍ତ କରୁଛନ୍ତି।

Leave a comment