ପୋଲିସକୁ ମିଳିଲା ବଡ଼ ସଫଳତା, ସାତ କୋଟି କୋଡ଼ିଏ ଲକ୍ଷ ଟଙ୍କାର ଗଞ୍ଜେଇ ଗଛ ନଷ୍ଟ ଜିଲ୍ଲା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାୟଗଡ଼ା ଜିଲ୍ଲା ଗୁଣୁପୁର ଉପଖଣ୍ଡ ଅନ୍ତର୍ଗତ ପୁଟାସିଂ ଥାନା ଅଞ୍ଚଳରେ ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ଗଞ୍ଜେଇ ଗଛ ନଷ୍ଟ ଅଭିଯାନ ଆରମ୍ଭ ହୋଇଛି। ଏହି କ୍ରମରେ ଗୁଣପୁର ଏସଡିପିଓ ରାଜକିଶୋର ଦାଶଙ୍କ ତତ୍ତ୍ୱାବଧାନରେ ଗୁଣପୁର ପୁଲିସ ଓ ଅବକାରୀ ବିଭାଗ ପୁଟାସିଂ ଥାନା ଅଧୀନସ୍ଥ ପିଣ୍ଡାଗୁଡି ଓ ସେରିଗୁମା ଗ୍ରାମ ଗୁଡିକରେ ମିଳିତ ଭାବେ ଚଢଉ କରିଥିଲେ।
ଚଢ଼ଉ ବେଳେ ୬୦ ଏକର ଜମିରେ ଥିବା ପ୍ରାୟ ୬୦୦୦୦ ସଂଖ୍ୟକ ଗଞ୍ଜେଇ ଗଛକୁ ପୋଡି ନଷ୍ଟ କରିଥିବା ଜଣାପଡ଼ିଛି। ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ସାତକୋଟି କୋଡ଼ିଏ ଲକ୍ଷ ଟଙ୍କା ହେବବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ଚଢଉରେ ଗୁଣପୁର ଏସଡିପିଓ ରାଜକିଶୋର ଦାଶ ଓ ସ୍ଥାନୀୟ ତହସିଲଦାର ସମେତ ପୁଲିସ ଫୋର୍ସ ଉପସ୍ଥିତ ଥିଲେ।

Leave a comment

You cannot copy content of this page