ଭାଜପା କାର୍ଯ୍ୟାଳୟରେ ଖସି ପଡ଼ିଲା ତ୍ରିରଙ୍ଗା, ଅମିତ୍‌ ଶାହଙ୍କୁ କଂଗ୍ରେସର ତାଚ୍ଛଲ୍ୟ

0

ଓଡିଶା ଫାଷ୍ଟ(ବ୍ୟୁରୋ): ବୁଧବାର ୭୨ତମ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସକାଳେ ଲାଲକିଲ୍ଲାରେ ପତାକା ଉତ୍ତୋଳନ କରିବା ସହ ଦେଶବାସୀଙ୍କୁ ସମ୍ବୋଧିତ କରିଥିଲେ। ସ୍ବାଧୀନତା ଦିବସ ଯୋଗୁ ବିଭିନ୍ନ ସ୍ଥାନରେ ଜାତୀୟ ପତାକା ଉତ୍ତେଳନ କରି ଦେଶବାସୀ ଖୁସି ବନାଉଥିବା ବେଳେ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହ ପତାକା ଉତ୍ତେଳନ କରିବା ବେଳେ ଏକ ଅଘଟଣ ଘଟିଛି । ଶାହ ତ୍ରିରଙ୍ଗା ଉଡ଼ାଇବା ଲାଗି ଦଉଡ଼ି ଟାଣିବା ମାତ୍ରେ ପତାକା ତଳକୁ ଖସିପଡ଼ିଥିଲା । ତେବେ ଏହା ଦ୍ୱାରା ତ୍ରିରଙ୍ଗାର ଅପମାନ କରାଯାଇଥିବା କଂଗ୍ରେସ କହିଛି । କଂଗ୍ରେସ ପକ୍ଷରୁ ପତାକା ତଳକୁ ଖସି ପଡ଼ିବା ସମୟର ଏକ ଭିଡିଓ ଜାରି କରି ଟୁଇଟ ଯୋଗେ ଶାହଙ୍କୁ ତାଚ୍ଛଲ୍ୟ କରାଯାଇଛି । କଂଗ୍ରେସ କହିଛି ଯେ, ଯିଏ ଦେଶର ପତାକାକୁ ସମ୍ଭାଳି ପାରୁ ନାହାନ୍ତି, ସେ ଦେଶ କ’ଣ ସମ୍ଭାଳିବେ । ଅନ୍ୟମାନଙ୍କୁ ଜାତିଭକ୍ତିର ପ୍ରମାଣପତ୍ର ଦେଉଥିବା ଲୋକଙ୍କୁ ଜାତୀୟ ସଙ୍ଗୀତ ଗାନର ନିୟମାବଳୀ ମଧ୍ୟ ଜଣାନାହିଁ ବୋଲି କଂଗ୍ରେସ ଟୁଇଟ୍‌ ପକ୍ଷରୁ କୁହାଯାଇଛି।

Leave a comment