ଆଜିଠୁ ଖୋଲିବ ଲିଙ୍ଗରାଜ ମନ୍ଦିର

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମହାମାରୀ କରୋନା ଯୋଗୁଁ ଦୀର୍ଘ ପ୍ରାୟ ନଅ ମାସ ହେବା ପରେ ଆଜି ଠୁ ଖୋଲିବା ଶ୍ରୀ ଲିଙ୍ଗରାଜ ମନ୍ଦିର। ହେଲେ ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। କୋଭିଡ୍ ନେଗେଟିଭ୍ ରିପୋର୍ଟ ଦେଖାଇବା ପରେ ମନ୍ଦିରକୁ ପ୍ରବେଶ ଅନୁମତି ମିଳିବ। ଚାରି ପାଞ୍ଚ ଦିନ ପୂର୍ବରୁ ହୋଇଥିବା ଟେଷ୍ଟ ରିପୋର୍ଟ ଦେଖାଇବା ଜରୁରୀ ବୋଲି ବିଏମସି କମିଶନର ପ୍ରେମ ଚନ୍ଦ୍ର ଚୌଧୁରୀ କହିଛନ୍ତି।
ସୂଚନାଯୋଗ୍ୟ, ୨୭ ରୁ ୩୧ ତାରିଖ ଯାଏ ସେବାୟତଙ୍କ ପରିବାରର ସଦସ୍ୟଙ୍କ ଦର୍ଶନ ସୁବିଧା ରହିଛି। ୩ ରୁ ୫ ତାରିଖ ରାଜଧାନୀବାସୀ ଲିଙ୍ଗରାଜଙ୍କ ଦର୍ଶନ କରି ପାରିବେ। ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ତାରିଖ ମନ୍ଦିର ବନ୍ଦ ରଖାଯିବାକୁ ନିଷ୍ପତ୍ତି ହୋଇଛି। ୬ ତାରିଖରୁ ସାଧାରଣ ଲୋକଙ୍କୁ ଦର୍ଶନ ଅନୁମତି ମିଳିବ। ଦୈନିକ ୫ ଶହ ଶ୍ରଦ୍ଧାଳୁ ଦର୍ଶନ କରି ପାରିବେ।