ଭୁବନେଶ୍ୱରର ୪ ପ୍ରମୁଖ ସ୍ଥାନରୁ ଜବତ ହେଲା ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ଅଫିମ ଓ ଗଞ୍ଜେଇ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆଜି କଟକ ଫ୍ଲାଇଙ୍ଗ ସ୍କ୍ୱାଡ଼ ଓ ଅବକାରୀ ବିଭାଗ ପକ୍ଷରୁ ଭୁବନେଶ୍ୱରର ୟୁନିଟ-୩, ୟୁନିଟ-୪, ବୁଦ୍ଧେଶ୍ୱରୀ ଓ ବାଲିଅନ୍ତା ଅଞ୍ଚଳରେ ଚଢ଼ାଉ କରି ବିପୁଳ ପରିମାଣରେ ନିଶାଦ୍ରବ୍ୟ ଜବତ କରିଛି । ଜବତ ହୋଇଥିବା ନିଶାଦ୍ରବ୍ୟ ରେ ୧୬ କେଜି ଅଫିମ ଓ ଏକ କୁଇଣ୍ଟାଲ ଗଞ୍ଜେଇ ଅଛି ଯାହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ ହେବ ।

ସୂଚନା ଅନୁଯାୟୀ, ବିଶେଷ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଓ କଟକ ଫ୍ଲାଇଙ୍ଗ ସ୍କ୍ୱାଡ଼ ଭୁବନେଶ୍ୱର ର ୟୁନିଟ-୩, ୟୁନିଟ-୪, ବୁଦ୍ଧେଶ୍ୱରୀ ଓ ବାଲିଅନ୍ତା ଅଞ୍ଚଳରେ ଥିବା ଭଡାଘରେ ଚଢ଼ାଉ କରିଥିଲା । ସେଠାରୁ ସେମାନେ ୨୦ ଲକ୍ଷ ରୁ ଉର୍ଦ୍ଧ ଟଙ୍କାର ନିଶାଦ୍ରବ୍ୟ ଜବତ କରିଛନ୍ତି । ସବୁଠାରୁ ବଡ଼କଥା ହେଲା ଭୁବନେଶ୍ୱର ର ଲଷ୍ମୀସାଗର ଥାନା ଅଧିନସ୍ଥ ହଲଦୀପଡ଼ିଆ ବସ୍ତି ରୁ ସବୁବେଳେ ଜବତ ହେଉଥିବା ନିଶାଦ୍ରବ୍ୟ ଏବେ ଭୁବନେଶ୍ୱରର ପ୍ରାୟ ସମସ୍ତ ସ୍ଥାନ କୁ ବ୍ୟାପିଲାଣି ଏଥିରେ କୌଣସି ସନ୍ଦେହ ନାହିଁ । ଯାହାକି ଆଜିର ଚଢ଼ାଉରୁ ପ୍ରମାଣିତ ହୋଇଛି । ତେବେ ଏହି ବେପାର ଘର ମାଲିକଙ୍କ ଜାଣତରେ ହୋଇଛି ନା ନାହିଁ ତାହା ଜାଣିବାପାଇଁ ପୋଲିସ ସେମାନଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି । ଫ୍ଲାଇଙ୍ଗ ସ୍କ୍ୱାଡ଼ ଇନ୍ସପେକ୍ଟର ଶରତ ଚନ୍ଦ୍ର ଭଞ୍ଜ ଙ୍କ ନେତ୍ତୃତ୍ୱ ରେ ଏକ ଟିମ ଏହି ଚଢ଼ାଉ କରିଥିଲା ।

Leave a comment