ରାଜଧାନୀ ର ଖୋଲା ଡ୍ରେନ ରେ ଭାସି ଜଣେ ମୃତ

0


ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ରାତି ପ୍ରାୟ ୮ ସମୟରେ ଭୁବନେଶ୍ୱର ର ଗଙ୍ଗନଗର ଅଞ୍ଚଳରେ ହରିହର ପଟ୍ଟନାୟକ(୫୫) ନାମକ ଜଣେ ବ୍ୟକ୍ତି ଖୋଲା ଡ୍ରେନରେ ଖସି ପଡ଼ି ଭାସି ଯାଇଥିଲେ। ଅଗ୍ନିଶମ କର୍ମଚାରୀ ହରିହରଙ୍କୁ ଜୀବିତ ଅବସ୍ଥାରେ ଉଦ୍ଧାର କରିଥିଲେ ମଧ୍ୟ ଡାକ୍ତରଖାନାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ମା ମଙ୍ଗଳା ବସ୍ତିର ହରିହର ପଟ୍ଟନାୟକ ଘରକୁ ଯାଉଥିବା ବେଳେ ୪ ରୁ ୫ ଫୁଟ ଗଭୀର ଖୋଲା ଡ୍ରେନ ପାଖରେ ତାଙ୍କ ଗୋଡ଼ ଖସିଯିବାରୁ ସେ ଡ୍ରେନରେ ପଡିଯାଇଥିଲେ । ସନ୍ଧ୍ୟା ରେ ପ୍ରବଳ ବର୍ଷା ପାଇଁ ଡ୍ରେନରେ ପାଣି ସୁଅ ଅଧିକ ଥିବାରୁ ହରିହର ଭାସି ଯାଇଥିଲେ । ଗତ ଦୁଇଦିନ ତଳେ ହରିହର ଙ୍କ ଘର ନିକଟରେ ଏହି ନାଳର କାନ୍ଥ ଭାଙ୍ଗି ଯାଇଥିଲା ଓ ତାର ମରାମତି ନହୋଇ ଥିବାରୁ ଏଭଳି ଅବସ୍ଥା ହୋଇଥିଲା । ପ୍ରାୟ ଏକ ଘଣ୍ଟା ପରେ ତାଙ୍କୁ ଅଗ୍ନିଶମ କର୍ମଚାରୀ ପିଚୁପଡିଆ ବସ୍ତି ନିକଟରୁ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିଲେ । ତାଙ୍କୁ ଚିକିତ୍ସା ପାଇଁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଖବର ପ୍ରଚାର ହେବାମାତ୍ରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇବ ସହ ହରିହରଙ୍କ ମୃତ୍ୟୁ ପାଇଁ ବିଏମସି କୁ ଦାୟୀ କରିଛନ୍ତି ।

Leave a comment