ନବୀନ ନିବାସ ଘେରାଉ ବେଳେ ଛାତ୍ର କଂଗ୍ରେସ ଓ ପୋଲିସ ର ଧସ୍ତାଧସ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଗତକାଲି ଛାତ୍ର କଂଗ୍ରେସ କର୍ମୀମାନେ ନବୀନ ନିବାସ ଘେରାଉ କରିବାକୁ ଯିବା ସମୟରେ ଭୁବନେଶ୍ୱର ର ରାଜମହଲ ଛକରେ ପୁଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ଡିଏମ୍‌ଇଟି ଓ ଡିଏମ୍‌ଆରଟି ଛାତ୍ରଙ୍କୁ ନିଯୁକ୍ତି ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ନବୀନ ନିବାସ ଘେରାଉ କରାଯିବାକୁ ପୂର୍ବରୁ ଚେତାବନୀ ଦିଆଯାଇଥିଲା । ଅନେକ ଛାତ୍ର କଂଗ୍ରେସ କର୍ମୀଙ୍କୁ ପୋଲିସ ଅଟକ ରଖିଛି । ଏହି ଧସ୍ତାଧସ୍ତି ରେ କିଛି ଛାତ୍ର ଛାତ୍ରୀ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ୭ଦିନ ମଧ୍ୟରେ ଦାବି ପୂରଣ ନହେଲେ ମୁଖ୍ୟମନ୍ତ୍ରୀ ଙ୍କ ଗାଡି ଉପରକୁ ପୁଣି ଥରେ ପୂର୍ବପରି ଅଣ୍ଡା ମାଡ଼ ହେବବୋଲି ଛାତ୍ର କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Leave a comment