ଅଗ୍ନି ବିପନ୍ନ ପରିବାରକୁ ସହାୟତାର ହାତ ବଢାଇଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ବ୍ରହ୍ମଗିରି ବ୍ଳକର ମଣପଡା ପଞ୍ଚାୟତର ମଢପଦା ଗାଁର ଅଗ୍ନି ବିପନ୍ନ ପରିବାର ମୁକୁନ୍ଦ ମୁଦୁଲିଙ୍କୁ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ସାକ୍ଷାତ କରିଛନ୍ତି । ଶ୍ରୀ ଦାସବର୍ମା କ୍ଷତିଗ୍ରସ୍ତ ପରିବାରକୁ ଆଶ୍ଵସନା ଦେବା ସହିତ ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଛନ୍ତି । ଏହାସହ ସମସ୍ତ ପ୍ରକାର ସରକାରୀ ସହାୟତା ଯୋଗାଇ ଦେବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ।

ଏହି ଗ୍ରସ୍ତ ସମୟରେ ପୂର୍ବତନ ବ୍ଲକ ଉପାଧ୍ୟକ୍ଷାଙ୍କ ପ୍ରତିନିଧି ପଞ୍ଚାନନ ମହାପାତ୍ର, ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି କୃଷ୍ଣ ଚନ୍ଦ୍ର ରାଉତ, ମଣପଡା ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ଜେନା, ଯୁବ ନେତା ଭିମସେନ୍ ଜେନା ଓ ଯୁବ ନେତା ଅର୍ଜୁନ ଲେଙ୍କା ପ୍ରମୁଖ ଉପସ୍ଥିତ ଥିଲେ ।

Leave a comment