ଶିଳ୍ପ ତାଲିମ କେନ୍ଦ୍ର ନିର୍ମାଣ କାର୍ଯ୍ୟ ଅନୁଧ୍ୟାନ କଲେ ସଞ୍ଜୟ ଦାସବର୍ମା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ବ୍ରହ୍ମଗିରି ନିର୍ବାଚନ ମଣ୍ଡଳୀର ପୁରୀ ସଦର ବ୍ଲକର ଭାଇଲିପୁର ପଞ୍ଚାୟତ ଠାରେ ନିର୍ମାଣଧୀନ ଶିଳ୍ପ ତାଲିମକେନ୍ଦ୍ର କାର୍ଯ୍ୟକୁ ଅନୁଧ୍ୟାନ କରିଥିଲେ ।

ସୂଚନା ଅନୁଯାୟୀ, ଆଜି ସନ୍ଧ୍ୟା ୫ଟା ସମୟରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା ନିର୍ମାଣଧୀନ ଶିଳ୍ପ ତାଲିମକେନ୍ଦ୍ର କାର୍ଯ୍ୟକୁ ତଦାରଖ କରିବା ସହ ନିର୍ମାଣ କାର୍ଯ୍ୟକୁ ଶିଘ୍ର ପୂର୍ଣ୍ଣାଙ୍ଗ କରିବା ଉପରେ ଗୁରୁତ୍ବ ଦେଇଛନ୍ତି । ଏହି ଗ୍ରସ୍ତ ସମୟରେ ପୁରୀ ପୂର୍ତ୍ତ ବିଭାଗର ନିର୍ବାହୀ ଯନ୍ତ୍ରୀ ଗିରିଶ ଚନ୍ଦ୍ର ରାୟ, ଯନ୍ତ୍ରୀ ମନୋଜ କୁମାର ନାୟକ, ଭାଇଲିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ କୀର୍ତ୍ତବୀର୍ଯ୍ୟ ସ୍ଵାଇଁ ଓ ଗଉଡିକେରା ପଞ୍ଚାୟତର ପୂର୍ବତନ ସମିତି ସଭ୍ୟ ରମେଶ ପ୍ରଧାନ ଉପସ୍ଥିତ ଥିଲେ ।

Leave a comment