୪୨ ନମ୍ବର ୱାର୍ଡ ୪ଟି ରାସ୍ତାର ହେବ ପୁନରୁଦ୍ଧାର, ଶିଳାନ୍ୟାସ କଲେ ବିଧାୟକ ଅନନ୍ତ ନାରାୟଣ ଜେନା

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ ଅଧୀନରେ ଥିବା ୪୨ ନମ୍ବର ୱାର୍ଡର ୪ଟି ରାସ୍ତାର ପୁନରୁଦ୍ଧାର କାର୍ଯ୍ୟ ପାଇଁ ଆଜି ଶିଳାନ୍ୟାସ ହୋଇଛି । ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଏହାର ଶିଳାନ୍ୟାସ କରିଥିଲେ । ୩୫ ଲକ୍ଷ ବ୍ୟୟରେ ଏହି ୪ଟି ରାସ୍ତାର ପୁନରୁଦ୍ଧାର କରାଯିବ । ଏହି ରାସ୍ତା ଗୁଡିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ଥିବାରୁ ବିଧାୟକ ଶ୍ରୀ ଜେନା ଏହାକୁ ପିଚୁ ରାସ୍ତାରେ ପରିଣତ କରିବାକୁ ଶିଳାନ୍ୟାସ କରିଥିଲେ ।

ଏହି ଅବସରରେ ସ୍ଥାନୀୟ ବାସିନ୍ଦା ଓ କର୍ପୋରେଟର ପୁଷ୍ପାଞ୍ଜଳି ସେଠୀ, ୪୫ ନମ୍ବର କର୍ପୋରେଟର ଅମରେଶ ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ଏହି ପଦକ୍ଷେପକୁ ସ୍ଥାନୀୟ ବାସିନ୍ଦା ଖୁଵ ପ୍ରଶଂସା କରିଛନ୍ତି । ଏହି ରାସ୍ତା ମଧ୍ୟରୁ ଗୋଟିଏ ରାସ୍ତା ଭୁବନେଶ୍ୱର ରେଳଷ୍ଟେସନର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଛି । ଏହି ରାସ୍ତାର ପୁନରୁଦ୍ଧାର ହେଲେ ସ୍ଥାନୀୟ ବାସିନ୍ଦାଙ୍କ ସହ ରେଳଯାତ୍ରୀମାନେ ମଧ୍ୟ ଉପକୃତ ହେବେ ।

Leave a comment