ଅବକାରୀ ବିଭାଗର ଚଢ଼ଉ; ୧୫ ଲିଟର ଦେଶୀ ମଦ ଜବତ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଟକ ଜିଲ୍ଲାର ଆଠଗଡ଼ ଥାନା ଅନ୍ତର୍ଗତ କୋରଙ୍ଗ ଗ୍ରାମ ପାର୍ଶ୍ବରେ ଜିଲ୍ଲାପାଳ ଓ ଜିଲ୍ଲା ଅବକାରୀ ଅଧୀକ୍ଷକଙ୍କ ନିର୍ଦ୍ଦେଶକ୍ରମ‌େ ଚଢ଼ଉ କରାଯାଇ ୧୫ ଲିଟର ଦେଶୀ ମଦ ଜବତ ହୋଇଥିବା ଜଣାଯାଇଛି।
କଟକ ଅବକାରୀ ବିଭାଗ, ଆଠଗଡ଼ ଅବକାରୀ ବିଭ‌ାଗର ଓ ଆଠଗଡ଼ ପୁଲିସର ମିଳିତ ଉଦ୍ୟମରେ ଚଢ଼ଉ କରାଯାଇଥିଲା। ଏଥିରେ ୭ ହଜାର ୫ ଶହ ଲିଟର ‌ଗୁଡ଼ପୋଚ ଓ ୧୫ ଲିଟର ଦେଶୀ ମଦ ଜବତ କରାଯାଇଥିଲା। ଏଥିସହ ଜଣଙ୍କୁ ଗିରଫ କରାଯାଇଛି। ଏଥିନେଇ ଅଧିକ ତଦନ୍ତ ଜାରି ରହିଛି।

Leave a comment