ଏହି କାରଣ ଯୋଗୁଁ ଅଣ୍ଡା ହୋଇଥାଏ ସୁପର ଫୁଡ : ଜାଣନ୍ତୁ ଏହାର ୬ଟି ଫାଇଦା

ଅଣ୍ଡାରେ ଅନେକ ପୋଷକ ତତ୍ତ୍ବ ଥାଏ ଯାହା ଫଳରେ ଏହାକୁ ସୁପରଫୁଡ ମଧ୍ୟ କୁହାଯାଇଥାଏ। ଡାକ୍ତରମାନେ ମଧ୍ୟ ପ୍ରତି ଦିନ ଅତି କମରେ ଗୋଟିଏ ଅଣ୍ଡା ଖାଇବାକୁ ପରାମର୍ଶ ଦେଇଥାନ୍ତି। ଅଧ୍ୟୟନରେ ଅଣ୍ଡାର ୯ଟି ଫାଇଦା ବିଷୟରେ ଜଣା ପଡ଼ିଛି। ଆସନ୍ତୁ ଜାଣିବା ଏହା ବିଷୟରେ।
୧.ପୋଷକ ତତ୍ତ୍ବରେ ଭରପୂର – ଅଣ୍ଡାରେ ସବୁଠୁ ଅଧିକ ପୋଷକ ତତ୍ତ୍ବ ମିଳିଥାଏ। ଏକ ସିଝା ଅଣ୍ଡାରେ ୬ ପ୍ରତିଶତ ଭିଟାମିନ୍ A, ୫ ପ୍ରତିଶତ ଫୋଲେଟ, ୭ପ୍ରତିଶତ ଭିଟାମିନ୍ B5, ୯ ପ୍ରତିଶତ ଭିଟାମିନ୍ B12 ୯ ପ୍ରତିଶତ ଫସଫରସ୍ ଏବଂ ୨୨ପ୍ରତିଶତ ସେଲେନିୟମ ଥାଏ। ଏହା ବ୍ୟତୀତ ଅଣ୍ଡାରେ ଭିଟାମିନ୍ D,ଭିଟାମିନ୍ E ,ଭିଟାମିନ୍ K,ଭିଟାମିନ୍ B6,କ୍ୟାଲସିୟମ ଏବଂ ଜିଙ୍କ୍ ଥାଏ।
୨. ବ୍ଳଡ କୋଲେଷ୍ଟୋଲକୁ ବଢ଼ାଇ ନଥାଏ : ଅଣ୍ଡାରେ ପ୍ରଚୁର ପରିମାଣରେ କୋଲେଷ୍ଟୋଲ ଥାଏ କିନ୍ତୁ ଏହା ବ୍ଲଡ କୋଲେଷ୍ଟୋଲକୁ ପ୍ରଭାବିତ କରିନଥାଏ। ଏହା ଲୋକଙ୍କ ଉପରେ ମଧ୍ୟ ପୃଥକ ଭାବେ ନିର୍ଭର କରିଥାଏ। ଅଣ୍ଡା ଖାଉଥିବା ୭୦ ପ୍ରତିଶତ ଲୋକଙ୍କଠାରେ କୋଲେଷ୍ଟୋଲ୍ ସମସ୍ୟା ନଥିବାବେଳେ ୩୦ପ୍ରତିଶତ ଲୋକଙ୍କଠାରେ କୋଲେଷ୍ଟୋଲ ସାମାନ୍ୟ ବଢ଼ିଥାଏ।
୩. ଅଣ୍ଡାରେ ଥାଏ କୋଲିନ୍ : କୋଲିନ୍ ଏକ ଗୁରୁତ୍ବପୂର୍ଣ୍ଣ ପୋଷକ ତତ୍ତ୍ବ ହୋଇଥାଏ ଯାହା ଅଧିକାଂଶ ଲୋକଙ୍କୁ ମିଳିପାରିନଥାଏ। କୋଲିନ ଶରୀରରେ ସେଲ୍ ମେମ୍ବେନ୍ ଏବଂ ମସ୍ତିଷ୍କର ମୋଲେକ୍ୟୁଲକୁ ପ୍ରସ୍ତୁତ କରିବାର କାମ କରିଥାଏ। ଶରୀରରେ କୋଲିନର ଅଭାବ ଦ୍ବାରା ଅନେକ ଗମ୍ଭୀର ସମସ୍ୟା ହୋଇଥାଏ। ଗୋଟିଏ ଅଣ୍ଡାରେ ୧୦୦ମିଲିଗ୍ରାମରୁ ଅଧିକ କୋଲିନ୍ ଥାଏ।
୪. ହୃଦଘାତର ଆଶଙ୍କା କମ୍ ଥାଏ : ଏଲଡିଏଲ କୋଲେଷ୍ଟୋଲକୁ ସାଧାରଣତଃ ଖରାପ କୋଲେଷ୍ଟୋଲ ଭାବେ ଜଣା ଯାଇଥାଏ। ଶରୀରରେ ଏଲଡିଏଲର ସ୍ତର ବଢ଼ିବା ଦ୍ବାରା ହୃଦରୋଗର ଆଶଙ୍କା ବଢ଼ି ଯାଇଥାଏ। ଏଲଡିଏଲର ଆକାର ମଧ୍ୟ ଏହାର କଣ ଉପରେ ନିର୍ଭର କରିଥାଏ। କିଛି ଏଲଡିଏଲର କଣ ଛୋଟ ତ କିଛିର ବଡ଼ ହୋଇଥାଏ। ଅଧ୍ୟୟନ ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଏଲଡିଏର କଣ ବଡ଼ ହୋଇଥାଏ ସେମାନଙ୍କଠାରେ ହୃଦଘାତର ଆଶଙ୍କା କମ୍ ଥାଏ।
୫.ଆଖି ପାଇଁ ଭଲ : ବୟସ ସହ ଆଖି ମଧ୍ୟ ଦୁର୍ବଳ ହୋଇଯାଇଥାଏ। ଲ୍ୟୁଟିନ ଏବଂ ଜେକ୍ସୋଥିନ ଆଣ୍ଟିଅକ୍ସିଡାଣ୍ଟ ଆଖିର ରେଟିନାରେ ଜମା ହୋଇଥାଏ ଯାହା ଦ୍ବାରା ଆଖିର ଦୃଷ୍ଟିଶକ୍ତି ବଢ଼ିଥାଏ। ଲ୍ୟୁଟିନ୍ ଏବଂ ଜେକ୍ସୋଥିନ୍ ମୋତିଆବିନ୍ଦୁର ଆଶଙ୍କାକୁ କମ୍ କରିଥାଏ। ଅଣ୍ଡା କେଶରରେ ଏହି ଦୁଇଟି ଆଣ୍ଟି ଅକ୍ସିଡାଣ୍ଟ ଭରପୂର ମାତ୍ରାରେ ମିଳିଥାଏ। ଅଣ୍ଡାରେ ଭିଟାମିନ୍ A ମଧ୍ୟ ପ୍ରଚୁର ମାତ୍ରାରେ ଥାଏ ଯାହା ଆଖି ପାଇଁ ଜରୁରୀ ହୋଇଥାଏ।
୬. ଓଜନ କମ୍ କରିବାରେ ସହାୟକ ହୋଇଥାଏ : ଯଦି ଆପଣ ଓଜନ କମ୍ କରିବା ପାଇଁ କମ୍ କ୍ୟାଲୋରୀ ଖାଇବାକୁ ଚାହୁଁଛନ୍ତି ତେବେ ଅଣ୍ଡାରୁ ଭଲ ବିକଳ୍ପ କିଛି ହୋଇପାରିବ ନାହିଁ। ଅଣ୍ଡା ଖାଇବା ଦ୍ବାରା ଭଲ ବିକଳ୍ପ କିଛି ହୋଇପାରିବ ନାହିଁ। ଅଣ୍ଡା ଖାଇବା ଦ୍ବାରା ଶୀଘ୍ର ଭୋକ ଲାଗିନଥାଏ।